Posted inଜାତୀୟ

ଗଣତାନ୍ତ୍ରିକ ସିଦ୍ଧାନ୍ତର ବିଜୟ: ଷ୍ଟାଲିନ୍‌

ଚେନ୍ନାଇ/ନୂଆଦିଲ୍ଲୀ,୧୨ା୧୧: ରାଜୀବ ଗାନ୍ଧୀଙ୍କ ୬ ହତ୍ୟାକାରୀଙ୍କୁ ମୁକ୍ତ କରିବା ପାଇଁ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ସ୍ବାଗତ କରିଛନ୍ତି। ଡିଏମ୍‌କେ ମୁଖ୍ୟ ଷ୍ଟାଲିନ୍‌ କହିଛନ୍ତି, ଏ.ଜି. ପେରାରିଭଲନ୍‌ଙ୍କ ପରେ ସୁପ୍ରିମକୋର୍ଟ ଅନ୍ୟ ୬ ଜଣଙ୍କୁ ଛାଡ଼ିଦେଇଛନ୍ତି। ଦୀର୍ଘ ଆଇନଗତ ଲଢ଼େଇ ଏବଂ ମାନବିକତାର ବିଜୟ ହୋଇଛି। ଏହା ହେଉଛି ଗଣତାନ୍ତ୍ରିକ ସିଦ୍ଧାନ୍ତର ବିଜୟ। ସରକାରଙ୍କ ନିଷ୍ପତ୍ତିଗୁଡ଼ିକୁ ରାଜ୍ୟପାଳ ଆଲମାରି ଥାକରେ ରଖିବା ଅନୁଚିତ ବୋଲି ଷ୍ଟାଲିନ୍‌ ଟୁଇଟ୍‌ କରିଛନ୍ତି। ସେହିପରି ବିରୋଧୀ ଦଳ ଏଆଇଏଡିଏମ୍‌କେ ମଧ୍ୟ ଏହାକୁ ସ୍ବାଗତ କରିଛି। ୨୦୧୮ରେ ତତ୍କାଳୀନ ଏଆଇଏଡିଏମ୍‌କେ ସରକାର ଦୋଷୀମାନଙ୍କ ମୁକ୍ତି ସକାଶେ ରାଜ୍ୟପାଳ ବନଓ୍ବାରିଲାଲ ପୁରୋହିତଙ୍କୁ ସୁପାରିସ କରିଥିଲେ। ଗତବର୍ଷ ଷ୍ଟାଲିନ୍‌ କ୍ଷମତାସୀନ ହେବା ପରେ ସେମାନଙ୍କ ମୁକ୍ତି ପାଇଁ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଥିଲେ। ଏଥିସହ ସେମାନଙ୍କ ଆଇନଗତ ଲଢ଼େଇରେ ସବୁ ପ୍ରକାର ସହଯୋଗ କରିଥିଲେ ବୋଲି ଷ୍ଟାଲିନ୍‌ କହିଛନ୍ତି। ଅନ୍ୟପକ୍ଷେ ଏଆଇଏଡିଏମ୍‌କେ ଏହି ମୁକ୍ତି ପାଇଁ ଶ୍ରେୟ ନେବାକୁ ଉଦ୍ୟମ କରିଛି। ଏହା ଏଆଇଏଡିଏମ୍‌କେ ପାଇଁ ଏକ ବିଜୟ ବୋଲି ବିରୋଧୀ ଦଳ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ରେକର୍ଡ ହାସଲ କଲେ ପ୍ୟାଟ କମିନ୍ସ: ପ୍ରଥମ ଖେଳାଳି ଭାବେ କଲେ ଏମିତି କାରନାମା

ନୂଆଦିଲ୍ଲୀ,୨୮।୩: ସନରାଇଜର୍ସ ହାଇଦ୍ରାବାଦ(SRH) ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ବିପକ୍ଷରେ ୫ ଉଇକେଟରେ ପରାଜୟର ସମ୍ମୁଖୀନ ହୋଇଥିଲେ। ଏହି ସିରିଜରେ ଏହା SRH ଦଳର ପ୍ରଥମ ପରାଜୟ ଥିଲା।...

ସ୍ତ୍ରୀଙ୍କୁ ପ୍ରେମିକଙ୍କ ସହ ବାହା କରାଇଲେ ସ୍ବାମୀ, ପୂରା ରୋଚକ ଘଟଣା ଜାଣିଲେ…

ସନ୍ଥ କବୀର ନଗର, ୨୮।୩: ଉତ୍ତରପ୍ରଦେଶର ସନ୍ଥ କବୀର ନଗର ଜିଲାରେ ବବ୍‌ଲୁ ନାମକ ଜଣେ ବ୍ୟକ୍ତି ଭୟରେ ନିଜ ସ୍ତ୍ରୀ ରାଧିକାଙ୍କୁ ତାଙ୍କ ପ୍ରେମିକ...

ଚାଇନା ଦେଖାଇଲା ଦାଦାଗିରି ତ ଭାରତ ଲାଗୁ କଲା ‘ପ୍ରଚଣ୍ଡ’ ପ୍ଲାନ!

ନୂଆଦିଲ୍ଲୀ,୨୮।୩: ଚାଇନା ପ୍ରାୟତଃ ପୂର୍ବ ଲଦାଖ ଏବଂ ସିଆଚେନ ଗ୍ଲେସିୟରରେ ନିଜର ପ୍ରାଧାନ୍ୟ ପ୍ରଦର୍ଶନ କରିବାକୁ ଚେଷ୍ଟା କରେ, କିନ୍ତୁ ଏବେ ଏହାର ପ୍ରାଧାନ୍ୟ କାମ...

ମମତା ବାନାର୍ଜୀଙ୍କ ଭାଷଣ ସମୟରେ ଅକ୍ସଫୋର୍ଡରେ ହଙ୍ଗାମା, ପ୍ରଦର୍ଶନକାରୀଙ୍କୁ କହିଲେ-ଆପଣଙ୍କୁ ମିଠା ଖୁଆଇବି

ଲଣ୍ଡନ/କୋଲକାତା,୨୮।୩: ଗୁରୁବାର (୨୭ ମାର୍ଚ୍ଚ) ଲଣ୍ଡନର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର କେଲଗ କଲେଜରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଷଣ ଦେଉଥିବା ସମୟରେ କେତେଜଣ ଛାତ୍ର ହଙ୍ଗାମା...

ସ୍ତ୍ରୀକୁ ହତ୍ୟା କରି ସୁଟକେସରେ ମୃତଦେହ ଭର୍ତ୍ତି କଲେ ସ୍ୱାମୀ, ଫୋନ୍ କରି ଶ୍ୱଶୁର ଘର ଲୋକଙ୍କୁ ଜଣାଇଲେ

ବେଙ୍ଗାଲୁରୁ,୨୮ା୩: ବେଙ୍ଗାଲୁରୁ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଯିଏ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ସୁଟକେସରେ ଭର୍ତ୍ତି କରି ପୁଣେ ପଳାଇ...

Kathua Encounter : ଆତଙ୍କବାଦୀ ସୁରକ୍ଷାକର୍ମୀ ମୁହାଁମୁହିଁ, ୪ ପୋଲିସ ଶହୀଦ, ୫ ଆହତ

ଶ୍ରୀନଗର,୨୮ା୩: ଜମ୍ମୁ-କାଶ୍ମୀରର କଠୁଆ ଜିଲାରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟର ସମୟରେ ୪ ପୋଲିସ କର୍ମଚାରୀ ନିହତ ହୋଇଥିବା ସୂଚନା ମିଳିଛି। ଦୁଇଜଣ ଆତଙ୍କବାଦୀଙ୍କୁ ମଧ୍ୟ ଗୁଳି...

ୟୁନୁସ୍‌ଙ୍କ ଏମିତି ପ୍ରତିଶ୍ରୁତି ଦେଲେ ମୋଦି: ସମ୍ପର୍କ ସୁଦୃଢ ପାଇଁ….

ନୂଆଦିଲ୍ଲୀ,୨୮ା୩:ହିନ୍ଦୁଙ୍କ ପ୍ରତି ହିଂସା ବଢ଼ିବାକୁ ନେଇ ବାଂଲାଦେଶ ସହ ଭାରତର ରାଜନୈତିକ ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ରହିଥିବାବେଳେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ନୂଆଦିଲ୍ଲୀର ପ୍ରତିଶ୍ରୁତିକୁ...

‘୨୦-୩୦ ଆସନ ମିଳିଥିଲେ କେନ୍ଦ୍ରରେ ସରକାର ଗଠନ କରିଥାଆନ୍ତୁ’, କଂଗ୍ରେସ ନେତାଙ୍କ ବୈଠକରେ କାହିଁକି ଏମିତି କହିଲେ ଖାର୍ଗେ

ନୂଆଦିଲ୍ଲୀ,୨୭।୩: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଗୁରୁବାର (୨୭ ମାର୍ଚ୍ଚ, ୨୦୨୫) ଦଳର ଜିଲା ୟୁନିଟ ମୁଖ୍ୟମାନଙ୍କୁ ରାଜ୍ୟଗୁଡ଼ିକରେ ନିର୍ବାଚନ ଜିତିବା ପାଇଁ ଏକ ଦୀର୍ଘକାଳୀନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image