Posted inଜାତୀୟ

ଭୂକମ୍ପ ପ୍ରଭାବିତ ତୁର୍କୀକୁ ସହାୟତାର ହାତ ବଢ଼ାଇଲା ଭାରତ: ଖୁବ୍‌ଶୀଘ୍ର ପଠାଯିବ ରିଲିଫ୍‌ ସାମଗ୍ରୀ, ପିଏମ୍‌ଓ ବୈଠକରେ ନିଷ୍ପତ୍ତି

ନୂଆଦିଲ୍ଲୀ,୬।୨: ତୁର୍କୀରେ ସୋମବାର ଭୋରରୁ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଫଳରେ ସହରର ବହୁ ବଡ଼ ବଡ଼ କୋଠା, ଅଟ୍ଟାଳିକାମାନ ଭୁଷୁଡିପଡ଼ିଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୯୧୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି। କାରଣ ଏବେ ବି ଅନେକ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇରହିଛନ୍ତି। ଅନ୍ୟପଟେ ଭୂକମ୍ପ ପ୍ରଭାବିତ ତୁର୍କୀକୁ ସହାୟତାର ହାତ ବଢ଼ାଇଛି ଭାରତ। ଖୁବ୍‌ଶୀଘ୍ର ଭାରତ ପକ୍ଷରୁ ଏନ୍‌ଡିଆରଏଫ୍‌ର ଦୁଇଟି ଟିମ୍‌ ପଠାଯିବ। ଏଥିସହ ଔଷଧ ଏବଂ ରିଲିଫ ସାମଗ୍ରୀର ସାମଗ୍ରୀ ମଧ୍ୟ ପଠାଯାଉଥିବା ଜଣାପଡ଼ିଛି। ରିଲିଫ ସାମଗ୍ରୀକୁ ନେଇ ସୋମବାର ପିଏମ୍‌ଓରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ପିଏମଓ ବୈଠକରେ କ୍ୟାବିନେଟ ସଚିବ, ଗୃହ ମନ୍ତ୍ରଣାଳୟ, ଏନ୍‌ଡିଏମ୍‌ଏ,ଏନ୍‌ଡିଆରଏଫ୍‌, ପ୍ରତିରକ୍ଷା, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ବେସାମରିକ ବିମାନ ଚଳାଚଳ ଏବଂ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ପ୍ରତିନିଧୀମାନେ ଯୋଗଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଏହି ବିପର୍ଯ୍ୟୟରେ ଭାରତ ପକ୍ଷରୁ ସମସ୍ତ ସମ୍ଭାବ୍ୟ ସହାୟତା ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ଶାସନ ସଚିବ ଡା. ପି.କେ. ମିଶ୍ରା ତୁରନ୍ତ ସାଉଥ୍‌ ବ୍ଲକରେ ଏକ ବୈଠକ କରି ତୁରନ୍ତ ରିଲିଫ ପଦକ୍ଷେପ ଉପରେ ଆଲୋଚନା କରିଥିଲେ। ଏହି ବୈଠକରେ ଏନ୍‌ଡିଆରଏଫ୍‌ର ସର୍ଚ୍ଚ ଏବଂ ଉଦ୍ଧାରକାରୀ ଦଳ ସହ ଡାକ୍ତରୀ ଦଳ ଏବଂ ରିଲିଫ ସାମଗ୍ରୀ ତୁରନ୍ତ ତୁର୍କୀକୁ ପଠାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଭାରତରୁ ପଠାଯାଉଥିବା ଟିମରେ ୧୦୦ଜଣ କର୍ମଚାରୀଙ୍କ ଦୁଇଟି ଏନ୍‌ଡିଆରଏଫ୍‌ ଟିମର ସ୍ବତନ୍ତ୍ର ତାଲିମପ୍ରାପ୍ତ କୁକୁର ସ୍କ୍ବାଡ ରହିଛନ୍ତି। ଏମାନେ ଆବଶ୍ୟକ ଉପକରଣ ସହିତ ସର୍ଚ୍ଚ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଭୂକମ୍ପ ପ୍ରଭାବିତ ଅଞ୍ଚଳକୁ ଯିବାକୁ ପ୍ରସ୍ତୁତ ଅଛନ୍ତି। ଏଥିସହ ଆବଶ୍ୟକ ଔଷଧ, ତାଲିମପ୍ରାପ୍ତ ଡାକ୍ତର ଏବଂ ପାରାମେଡିକ୍ସ ସହିତ ଡାକ୍ତରୀ ଦଳ ମଧ୍ୟ ପ୍ରସ୍ତୁତ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାକୁମ୍ଭରେ ୧୩ ବର୍ଷୀୟା ଝିଅଙ୍କୁ ସାଧ୍ୱୀ କରିବାରୁ ଉଠିଲା ବିବାଦ

ପ୍ରୟାଗରାଜ,୧୪।୧: ମହାକୁମ୍ଭ ୨୦୨୫ ଏହାର ଧାର୍ମିକ ଏବଂ ଆଧ୍ୟାତ୍ମିକ ଗୁରୁତ୍ୱ ପାଇଁ ଶିରୋନାମାରେ ଅଛି, କିନ୍ତୁ ସମ୍ପ୍ରତି ଏକ ଅନନ୍ୟ ଘଟଣା ବିବାଦ ସୃଷ୍ଟି କରିଛି।...

ସେ ଜଣେ ଅଦୂରଦର୍ଶୀ ନେତା, କାହିଁକି ଏମିତି କହିଲେ ମେହେବୁବା ମୁଫତି

ଜମ୍ମୁ,୧୪।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଜମ୍ମୁ ଏବଂ କଶ୍ମୀରର ସୋନମାର୍ଗ ଅଞ୍ଚଳରେ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ୬.୫ କିଲୋମିଟର ଲମ୍ବା ଜେଡ-ମୋଡ ସୁଡ଼ଙ୍ଗକୁ ଉଦଘାଟନ...

ବାଂଲାଦେଶ କୂଟନୀତିଜ୍ଞଙ୍କୁ ଭାରତର ସମନ

ନୂଆଦିଲ୍ଲୀ,୧୪।୧: ଭାରତ-ବାଂଲାଦେଶ ସୀମାରେ ବିବାଦ ବଢ଼ିବାରେ ଲାଗିଛି। ଏନେଇ ବାଂଲାଦେଶ ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ଭାରତୀୟ ଉଚ୍ଚାୟୁକ୍ତ ପ୍ରଣୟ ବର୍ମାଙ୍କୁ ସମନ ଜାରି କରିଥିଲା। ଏହାର ଦିନକ...

‘ନାଗ ମାର୍କ ୨’ର ସଫଳ ପରୀକ୍ଷା

ପୋଖରାନ୍‌, ୧୪ା୧: ସ୍ବଦେଶୀ ଜ୍ଞାନ କୌଶଳରେ ବିକଶିତ ‘ତୃତୀୟ ପିଢ଼ିର ଫାୟାର ଆଣ୍ଡ୍‌ ଫର୍‌ଗେଟ୍‌ ଆଣ୍ଟି ଟ୍ୟାଙ୍କ୍‌ ଗାଇଡେଡ୍‌ ମିଶାଇଲ ‘ନାଗ ମାର୍କ ୨’ର ସୋମବାର ସଫଳ...

ଜମ୍ମୁ-କଶ୍ମୀରରେ ମୃତ ଆତଙ୍କବାଦୀଙ୍କ ମଧ୍ୟରୁ ୬୦% ପାକିସ୍ତାନୀ

ନୂଆଦିଲ୍ଲୀ, ୧୪ା୧: ଜମ୍ମୁ-କଶ୍ମୀରରେ ସୁରକ୍ଷାବଳ ସହ ଗୁଳି ବିନିମୟରେ ଗତବର୍ଷ ମୃତ୍ୟୁବରଣ କରିଥିବା ଆତଙ୍କବାଦୀଙ୍କ ମଧ୍ୟରୁ ୬୦% ହେଉଛନ୍ତି ପାକିସ୍ତାନୀ। ଭାରତର ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର...

ଜେଡ୍‌ ମୋଡ଼ ଟନେଲ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ଶ୍ରୀନଗର, ୧୪ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଜମ୍ମୁ-କଶ୍ମୀରର ସୋନମର୍ଗସ୍ଥିତ ଜେଡ୍‌ ମୋଡ଼ ଟନେଲ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଜମ୍ମୁ-କଶ୍ମୀର ସମେତ ପୂରା ଭାରତ ପାଇଁ ଏହି...

ୟୁକ୍ରେନ୍‌ ଯୁଦ୍ଧରେ ଭାରତୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୪।୧: ୟୁକ୍ରେନ୍‌ ବିରୋଧରେ ରୁଷିଆ ପାଖାପାଖି ୩ ବର୍ଷ ହେଲା ଯୁଦ୍ଧ ଚଳାଇଛି। ରୁଷିଆ ସେନାରେ ନିୟୋଜିତ ହୋଇ ଯୁଦ୍ଧ କରୁଥିବା କେତେଜଣ ଭାରତୀୟ ଯୁବକ ଇତିମଧ୍ୟରେ...

ମହାକୁମ୍ଭ: ପ୍ରଥମ ଦିନରେ ବୁଡ଼ ପକାଇଲେ ୧.୬୫ କୋଟି

ମହାକୁମ୍ଭ ନଗର,୧୩।୧: ଉତ୍ତର ପ୍ରଦେଶର ଧର୍ମନଗରୀ ପ୍ରୟାଗରାଜରେ ସୋମବାର ମହାକୁମ୍ଭ ଆରମ୍ଭ ହେଉଛି। ପୌଷ ପୂର୍ଣ୍ଣିମା ଅବସରରେ ଗଙ୍ଗା, ଯମୁନା ଓ ପୁରାଣବର୍ଣ୍ଣିତ ସରସ୍ବତୀ ନଦୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri