ପୁଣି ଚର୍ଚ୍ଚାରେ ଡ୍ରାମା କୁଇନ୍‌

ମୁମ୍ବାଇ: ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତ ସବୁବେଳେ ଚର୍ଚ୍ଚାରେ ରହିବାକୁ ପସନ୍ଦ କରିଥାନ୍ତି। କେତେବେଳେ ବିବାହକୁ ନେଇ ତ କେତେବେଳେ ଡ୍ରେସ୍‌କୁ ନେଇ। ଏବେ ପୁଣି ଥରେ ବୋଲ୍ଡ ନଜରରେ ଲୋକଙ୍କ ସାମ୍ନାକୁ ଆସି ଟ୍ରୋଲ ହୋଇଛନ୍ତି। ରାକ୍ଷୀଙ୍କ ଏପରି ଲୁକ୍‌ ଦେଖି କେହି କେହି ତାଙ୍କୁ ଆମେରିକୀୟ ଟିଭି ତାରକା କାର୍ଦ୍ଦାସିଆନଙ୍କ ସହ ତୁଳନା କରୁଥିବା ବେଳେ କେହି କେହି ଉର୍ଫି ଜାଭେଦଙ୍କ ସହ ତୁଳନା କରିଛନ୍ତି।

ରାକ୍ଷୀ ଏକ ଗୋଲାପୀ ରଙ୍ଗର ଡ୍ରେସ୍‌ ପିନ୍ଧି ଏକ ଭିଡିଓ ଶେୟାର କରିଛନ୍ତି। ଏଥିସହିତ ସେ ହାଇ ବୁଟ୍‌ ଏବଂ ଚଷମା ଲଗାଇଛନ୍ତି। ରାକ୍ଷୀଙ୍କ ଏପରି ଅବତାର ଦେଖି ୟୁଜରମାନେ ନାକ ଟେକିଛନ୍ତି। କେହି କେହି ଏମିତି ପୋଷାକ ପିନ୍ଧିବାକୁ ବାରଣ ବି କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଉର୍ଫି ପରେ ଇଏ।

ଏହି ଡ୍ରେସ୍‌ ପିନ୍ଧି ରାକ୍ଷୀ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିଆଓ୍ବାଡି’ର ଟିକେଟ୍‌ ବୁକ୍‌ କରିବାକୁ ଆସିଥିଲେ। ପରେ ଲୋକେ ତାଙ୍କୁ ବେଶ୍‌ ଜମେଇ କି ଟ୍ରୋଲ କରିଛନ୍ତି।

Share