‘ଗୁଡ୍‌ ମର୍ନିଂ’ କହି ଟ୍ରୋଲ୍‌ ହେଲେ ବିଗ୍‌-ବି

ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ପ୍ରାୟତଃ ସକ୍ରିୟ। ଟୁଇଟର, ଫେସବୁକ, ଇନଷ୍ଟାଗ୍ରାମ ଏବଂ ବ୍ଲଗ ସାହାଯ୍ୟରେ ସେ ନିଜ ପ୍ରଶଂସକଙ୍କ ସହ ଯୋଗାଯୋଗରେ ରହିବାକୁ ଚେଷ୍ଟା କରନ୍ତି। ବେଳେବେଳେ ବିଗ୍‌-ବି ଏମିତି କିଛି ପୋଷ୍ଟ କରନ୍ତି, ଯାହାକୁ ନେଇ ସେ ଟ୍ରୋଲ ହୋଇଥାନ୍ତି। ଗତ ରବିବାର ଦିନ ପ୍ରାୟ ୧୧.୩୦ ସମୟରେ ଫେସବୁକରେ ତାଙ୍କ ପ୍ରଶଂସକମାନଙ୍କୁ ‘ଗୁଡ୍‌ ମର୍ନିଂ’ ଶୁଭେଚ୍ଛା ଜଣାଇଥିଲେ ଅମିତାଭ। କିଛି ପ୍ରଶଂସକ ମଧ୍ୟାହ୍ନରେ ‘ଗୁଡ୍‌ ମର୍ନିଂ’ କହିବା ପାଇଁ ତାଙ୍କୁ ଟ୍ରୋଲ କରିଥିଲେ।
ଏହାର ଜବାବରେ ବିଗ୍‌ ବି କହିଛନ୍ତି, ତୁମର ଏହି ଅପମାନ ପାଇଁ ମୁଁ କୃତଜ୍ଞ। କିନ୍ତୁ ମୁଁ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରୁଥିଲି, ଆଜି ସକାଳେ ଶୁଟିଂ ଶେଷ ହୋଇଛ। ସେଥିପାଇଁ ମୁଁ ବିଳମ୍ବରେ ଉଠିଲି, ତେଣୁ ମୁଁ ଉଠିବା ମାତ୍ରେ ‘ଗୁଡ୍‌ ମର୍ନିଂ’ କହିଦେଲି। ଯଦି ଏହା ଆପଣଙ୍କୁ ଏହା ଖରାପ ଲାଗିଲା, ମୁଁ କ୍ଷମା ମାଗୁଛି।
ଅମିତାଭ ବଚ୍ଚନ ଖୁବ ଶୀଘ୍ର ‘ବ୍ରହ୍ମାସ୍ତ୍ର’ ଫିଲ୍ମରେ ୍‌ନଜର ଆସିବେ। ପ୍ରଶଂସକମାନେ ଉତ୍ସାହର ସହିତ ଏହି ଫିଲ୍ମକୁ ଅପେକ୍ଷା କରିଛନ୍ତି।

Share