Categories: ଜାତୀୟ

ଟ୍ରୋପେକ୍ସ ଏକ୍ସର୍‌ସାଇଜ୍‌

ନୂଆଦିଲ୍ଲୀ,୧୦ା୩: ଭାରତୀୟ ନୌସେନାର ସର୍ବବୃହତ୍‌ ଦ୍ୱିବାର୍ଷିକ ଥିଏଟର୍‌ ଲେବେଲ୍‌ ଅପରେଶନାଲ ରେଡିନେସ୍‌ ଏକ୍ସର୍‌ସାଇଜ୍‌ (ଟ୍ରୋପେକ୍ସ)ରେ ପ୍ରାୟ ୭୦ ଜାହାଜ, ୬ ବୁଡ଼ାଜାହାଜ ଓ ୭୫ରୁ ଅଧିକ ଏୟାରକ୍ରାଫ୍ଟ ସାମିଲ ହୋଇଛି। ୨୧ ନିୟୁତ ନଟିକାଲ୍‌ ମାଇଲ ଜଳରାଶି ଉପରେ ଏହି ଡ୍ରିଲ୍‌ କରାଯାଇଥିବା ନୌସେନା ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ଆରବ ସାଗରରେ ୨୦୨୨ ନଭେମ୍ବରରେ ଆରମ୍ଭ ହୋଇଥିବା ଏହି ଏକ୍ସର୍‌ସାଇଜ୍‌ରେ ଭାରତୀୟ ସେନା, ବାୟୁସେନା ଓ ତଟରକ୍ଷୀ ବାହିନୀର ଅଧିକାରୀମାନେ ଯୋଗଦେଇଥିଲେ। ସମୁଦ୍ର ଉପରେ ସତର୍କ ଦୃଷ୍ଟି ରଖିବା ଏହି ଡ୍ରିଲ୍‌ର ଉଦ୍ଦେଶ୍ୟ। ଚୂଡ଼ାନ୍ତ ପର୍ଯ୍ୟାୟ ସମରାଭ୍ୟାସ ବେଳେ ଗତ ୬ ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନୂଆକରି ଜଳାବତରଣ କରିଥିବା ଏୟାରକ୍ରାଫ୍ଟ କେରିୟର୍‌ ବିକ୍ରାନ୍ତରେ ଦିନଟିଏ ବିତାଇ ଆଇଏନ୍‌ଏସ୍‌ର ପ୍ରସ୍ତୁତି ସମୀକ୍ଷା କରିଥିଲେ।

Share