Categories: ଜାତୀୟ

ବଢିପାରେ କ୍ୟାପଟେନ ଅମରିନ୍ଦର ସିଂଙ୍କ ଅଡୁଆ

ଚଣ୍ଡିଗଡ଼,୧୮ ।୯: ପଞ୍ଜାବ କଂଗ୍ରେସ ପାଇଁ ଶନିବାର ବଡ ଦିନ ବୋଲି କୁହାଯାଉଛି । କାରଣ ଶନିବାର ଏଆଇସିସି ସନ୍ଧ୍ୟା ୫ଟାରେ ବିଧାୟକ ଦଳର ବୈଠକ ଡାକିଛି । ଏଥିରେ ସମସ୍ତ ବିଧାୟକ ଯୋଗ ଦେବାକୁ କୁହାଯାଇଛି । ଏବେ ଆଲୋଚନା ହେଉଛି କି ଏହା ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ପାଇଁ ଅଗ୍ନିପରୀକ୍ଷା ହୋଇପାରେ । ସୂଚନା ମୁତାବକ ୪୦ ବିଧାୟକ ହାଇକମାଣ୍ଡଙ୍କୁ ଚିଠି ଲେଖିଥିଲେ । ଜଣାପଡୁଥିଲା କି କ୍ୟାପଟେନ ଅମରିନ୍ଦର ସିଂ ଓ କ୍ରିକେଟର ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ଲାଗିଥିବା ନିଆଁ ଲିଭିଯାଇଛି । ହେଲେ ଭିତରେ ଭିତରେ ଏହା କୁହୁଳୁଛି ବୋଲି ଏବେ ଜଣାପଡିଛି । ଶୁକ୍ରବାର ବିଳମ୍ବିତ ରାତିରେ ହରିଶ ରାୱତ ଟୁଇଟ୍ କରିଛନ୍ତି, ଏଆଇସିସିକୁ କଂଗ୍ରେସର ବହୁ ସଂଖ୍ୟାରେ ବିଧାୟକ ଚିଠି ଲେଖିଛନ୍ତି । ଯେଉଁଥିରେ ପଞ୍ଜାବ ବିଧାୟକ ଦଳର ବୈଠକ ଶୀଘ୍ର ଡକାଯାଉ ବୋଲି ଅନୁରୋଧ କରାଯାଇଛି । ଏଆଇସିସି ପିପିସିସିକୁ ଏହି ବୈଠକକୁ ସୁବିଧାଜନକ କରିବାକୁ ନିର୍ଦ୍ଦେଶ ଦେଇଛି । ଅନୁମାନ କରାଯାଉଛି କି ଏହି ବୈଠକ ପରେ ସ୍ପଷ୍ଟ ହୋଇପାରେ ଯେ ନିର୍ବାଚନ ପର୍ଯ୍ୟନ୍ତ ଅମରିନ୍ଦର ସିଂ ମୁଖ୍ୟମନ୍ତ୍ରୀ ପଦରେ ରହୁଛନ୍ତି ନା ନାହିଁ ।

Share