୯ ମାସ ହେବ ଅଜବ ଦୁର୍ଗନ୍ଧରେ ଫାଟି ପଡୁଛି ଏହି ସହର, ବାନ୍ତି କରି ଲୋକେ ନୟାନ୍ତ

ଲଣ୍ଡନ,୨ା୭: ନିକଟରେ ବ୍ରିଟେନରୁ ଏକ ଖବର ଆସିଛି, ଯାହା ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରୁଛି। ହଠାତ୍‌ ଏଠାକାର ଏକ ସହରରେ ଦୁର୍ଗନ୍ଧ ବ୍ୟାପିବାରେ ଲାଗିଛି। ଏହି ଦୁର୍ଗନ୍ଧ ଯୋଗୁ ଲୋକଙ୍କର ପ୍ରବଳ ବାନ୍ତି ହେଉଛି। ଯାହାକି ବହୁତ କଷ୍ଟର। ଏପରିକି ଆବଶ୍ୟ ସମୟରେ ଲୋକେ ଘରୁ ବାହାରକୁ ବାହାରି ପାରୁନାହାନ୍ତି।

ଏକ ରିପୋର୍ଟ ଅନୁଯାୟୀ, ବ୍ରିଟେନର ଓ୍ବେଷ୍ଟ ମିଡଲ୍ୟାଣ୍ଡ(ବର୍ମିଂହାମ୍‌)ରେ ଏପରି ସମସ୍ୟା ଦେଖିବାକୁ ମିଳିଛି। ସ୍ଥାନୀୟ ବାସିନ୍ଦା କହିଛନ୍ତି, ଗତ ୯ ମାସ ଧରି ଏପରି ଏହି ସମସ୍ୟା ଲାଗି ରହିଛି। ଏହି କାରଣରୁ ଆମେ ବହୁତ ଅସୁବିଧାରେ ପଡୁଛୁ। ସାଧାରଣତଃ ପିଲାମାନଙ୍କୁ ଅଧିକ ସମସ୍ୟା ହେଉଛି। ସେମାନେ ବାରମ୍ବାର ବାନ୍ତି କରୁଛନ୍ତି। ଜଣେ ବ୍ୟକ୍ତି କହିଛନ୍ତି, ଗନ୍ଧ ଯୋଗୁ ତାଙ୍କ ଶରୀରରେ କୁଣ୍ଡେଇ ହେଉଛି।

ଅନ୍ୟ ଜଣେ କହିଛନ୍ତି, ଆମେ ଚାହିଁଲେ ବି ଆମର ଝରକା ଖୋଲିପାରୁନାହୁଁ। ସକାଳୁ ଦୁର୍ଗନ୍ଧ ଆରମ୍ଭ ହେଉଛି। ଲୋକମାନେ କୁହନ୍ତି ଯେ, ଏହି ଘଟଣା ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା, ଯେତେବେଳେ ଆମେ ଅନୁଭବ କଲୁ ଯେ କିଛି ଗ୍ୟାସ କୌଣସି ସ୍ଥାନରୁ ଲିକ୍‌ ହୋଇଯାଇଥିଲା। ମାତ୍ର କେଉଁ ସ୍ଥାନରେ ବି ଲିକ୍‌ ମିଳି ନଥିଲା। ଏବେ ଏହି ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ସେହି ସହରରେ ରହୁଥିବା ଅନ୍ୟ ଜଣେ କୁହନ୍ତି, ଏହି ସହରରେ ଜଣେ ଅତ୍ୟଧିକ ଗରମ, ଉପରରୁ ଦୁର୍ଗନ୍ଧ ହେତୁ ଘରର ଝରକା ଚାହିଁଲେ ମଧ୍ୟ ଖୋଲି ହେଉ ନାହିଁ।

ଏହି ଦୁର୍ଗନ୍ଧର କାରଣ କ’ଣ ଜାଣିବା ପାଇଁ ମଧ୍ୟ ପ୍ରୟାସ କରାଯାଉଛି। ଏହି କାର୍ଯ୍ୟ ପରିବେଶ ଏଜେନ୍ସି ଏବଂ ସ୍ଥାନୀୟ ସଡକ ତିଆରି କମ୍ପାନୀ ଦ୍ୱାରା କରାଯାଉଛି।

ପରିବେଶ ଏଜେନ୍ସିର ମୁଖପାତ୍ର କହିଛନ୍ତି, କିଲି ବ୍ରୋସରେ ବିସ୍ତାରିତ ଦୁର୍ଗନ୍ଧ ବିଷୟରେ ଆମ ଦଳ ଅବଗତ ଅଛନ୍ତି। ଏହାକୁ ହଟାଇବା ପାଇଁ କିଛି କାମ କରାଯାଇଛି, ଆଉ କିଛି ଉପରେ କାମ ଚାଲିଛି।

ଉଲ୍ଲେଖଥାଉ କି, ଚଳିତ ବର୍ଷ ଏପ୍ରିଲରେ ପରିବେଶ ଏଜେନ୍ସି ସ୍ଥାନୀୟ ଲୋକଙ୍କୁ ଏକ ଚିଠି ଲେଖି ସାଇଟ୍‌ ଅପରେଟରଙ୍କୁ ଦୁର୍ଗନ୍ଧ ଦୂର କରିବା ପାଇଁ ତଥା ଓ୍ବାଶ ପ୍ଲାଣ୍ଟ ଅଞ୍ଚଳରୁ ଜମା ହୋଇଥିବା ଜଳକୁ ବାହାର କରିବାକୁ କହିଥିଲେ। ଯାହାଫଳରେ ଗନ୍ଧ ଟିକେ କମିଛି।

Share