କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କ ନିକଟରେ ଦେଖାଯାଉଛି ବ୍ରେନ୍ ହାମରେଜ!

ନୂଆଦିଲ୍ଲୀ,୨୫ ।୭: ଏକ ଅଧ୍ୟୟନରୁ ଜଣାପଡିଛି କି କରୋନା ଭାଇରସ ସଂକ୍ରମଣରୁ ସୁସ୍ଥ ହେବା ପରେ ଏଭଳି ରୋଗୀଙ୍କ ନିକଟରେ ଆହୁରି କିଛି ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଉଛି । ଯାହା ଏମାନଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି । ଇତିମଧ୍ୟରେ ଦିଲ୍ଲୀର ଏକ ହସ୍ପିଟାଲ ତା’ର ଏକ ରିପୋର୍ଟରେ କହିଛି କି କରୋନା ସଂକ୍ରମଣରୁ ଠିକ୍ ହୋଇଥିବା ଲୋକଙ୍କ ନିକଟରେ ନ୍ୟୁରୋଲଜିକାଲ ବା ସ୍ନାୟୁ ସମ୍ପନ୍ଧିୟ ସମସ୍ୟା ଅଧିକ ଦେଖାଯାଉଛି । ଦିଲ୍ଲୀର ଏକ ଘରୋଇ ହସ୍ପିଟାଲ ତା’ର ରିପୋର୍ଟରେ କହିଛି କି କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ କ୍ଷେତ୍ରରେ ବ୍ରେନ୍ ହାମରେଜ ଓ ଅନ୍ୟ ସ୍ନାୟୁ ସମ୍ବନ୍ଧିୟ ରୋଗ ବହୁ ମାତ୍ରାରେ ବୃଦ୍ଧି ପାଇଛି । ତେବେ ଯେଉଁମାନେ ୨-୩ ମାସ ଭିତରେ ବାରମ୍ବାର କରୋନାରେ ପୀଡିତ ହୋଇଛନ୍ତି ସେମାନଙ୍କ ନିକଟରେ ଏହା ଅଧିକ ପରିମାଣରେ ଦେଖାଯାଉଛି ବୋଲି ବିଶେଷଜ୍ଞ କହିଛନ୍ତି । ଏମାନଙ୍କ ମଧ୍ୟରୁ ୩୭ ପ୍ରତିଶତଙ୍କ କ୍ଷେତ୍ରରେ ମୁଣ୍ଡବିନ୍ଧା ଲକ୍ଷଣ ଦେଖାଯିବା ସହ ପ୍ରାୟ ୨୬ ପ୍ରତିଶତ ସ୍ୱାଦ ଓ ଗନ୍ଧ ବାରିପାରୁ ନାହାନ୍ତି ।

Share