ନୂଆଦିଲ୍ଲୀ, ୧୫।୧୦: ଟିଆର୍ପି ଦୁର୍ନୀତି ନେଇ ଦେଶରେ ଛକାପଞ୍ଝା ଜାରି ରହିଛି। ଏପରିସ୍ଥଳେ ବ୍ରୋଡ୍କାଷ୍ଟ୍ ଅଡିଆନ୍ସ୍ ରିସର୍ଚ୍ଚ କାଉନସିଲ୍(ବାର୍କ) ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ୧୨ ସପ୍ତାହ ପାଇଁ ସାପ୍ତାହିକ ରେଟିଙ୍ଗ୍ସ୍କୁ ବନ୍ଦ କରିବା ଲାଗି ବାର୍କ ପକ୍ଷରୁ ସୂଚନା ଦିଆଯାଇଛି। ଟିଆର୍ପି ଡାଟା ଆକଳନ କରିବା ଲାଗି ଉପଯୋଗ କରାଯାଉଥିବା ସାମ୍ପ୍ରତିକ ପ୍ରଣାଳୀର ସମୀକ୍ଷା ଲାଗି ବାର୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ହିନ୍ଦୀ, ଇଂଲିଶ୍ ଏବଂ ବିଜ୍ନେସ୍ ଖବର ଭିତ୍ତିକ ଚ୍ୟାନେଳ ଉପରେ ଏହା ତତ୍କାଳ ଲାଗୁ ହେବ। ଏଥିପାଇଁ ୮ରୁ ୧୨ ସପ୍ତାହ ସମୟ ଲାଗିବ ବୋଲି ବାର୍କ ପକ୍ଷରୁ କୁହାଯାଇଛି।