Categories: ଜାତୀୟ

ମାର୍ଗାରେଟ୍‌ ଆଲଭାଙ୍କୁ ସମର୍ଥନ ଦେବ ଟିଆର୍‌ଏସ୍‌

ନୂଆଦିଲ୍ଲୀ,୩।୮: ଆସନ୍ତା ଉପରାଷ୍ଟ୍ରପତି ନିର୍ବାଚନରେ ଟିଆର୍‌ଏସ୍‌ ବିରୋଧୀ ଦଳର ପ୍ରାର୍ଥୀ ମାର୍ଗାରେଟ୍‌ ଆଲଭାଙ୍କୁ ସମର୍ଥନ କରିବ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆର୍‌ଏସ୍‌ ମୁଖ୍ୟ କେ ଚନ୍ଦ୍ରଶେଖର ରାଓ ଦଳର ନେତାଙ୍କ ସହ ପରାମର୍ଶ ପରେ ଆଲଭାଙ୍କୁ ସମର୍ଥନ କରିବାର ଚୂଡ଼ାନ୍ତ ନିଷ୍ପତ୍ତି ନେଇଛନ୍ତି। କେ ଚନ୍ଦ୍ରଶେଖର ରାଓ ଏହା ପୂର୍ବରୁ ମଧ୍ୟ କହିଥିଲେ ଯେ, ଟିଆରଏସ ବିରୋଧୀ ଷ୍ଟାଣ୍ଡ ଜାରି ରହିବ। ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଟିଆର୍‌ଏସ୍‌ ବିରୋଧୀ ପ୍ରାର୍ଥୀ ଯଶୋଓ୍ବନ୍ତ ସିହ୍ନାଙ୍କୁ ସମର୍ଥନ ଦେଇଥିଲା।
ସୂଚନାଯୋଗ୍ୟ, ବର୍ତ୍ତମାନର ଉପରାଷ୍ଟ୍ରପତି ତଥା ରାଜ୍ୟ ସଭା ଅଧ୍ୟକ୍ଷ ଏମ. ଭେଙ୍କାୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ରେ ଶେଷ ହେବ। ନୂଆ ଉପରାଷ୍ଟ୍ରପତି ୧୧ ତାରିଖରେ ଶପଥ ନେବେ। ମାର୍ଗେଟ ଆଲ୍‌ଭାଙ୍କ ବିପକ୍ଷରେ ଏନ୍‌ଡିଏ ପକ୍ଷରୁ ଜଗଦୀପ ଧନଖର ପ୍ରାର୍ଥୀ ହୋଇଛନ୍ତି। ଧନକରଙ୍କ ବିଜୟ ନିଶ୍ଚିତ ବୋଲି ବିବେଚନା କରାଯାଉଛି।

Share