ଟ୍ରକ୍‌-ଅଟୋ ମୁହାଁମୁହିଁ ଧକ୍କା: ଚାଲିଗଲା ଅଟୋ ଚାଳକଙ୍କ ଜୀବନ

ତିହିଡ଼ି,୧୦ା୯(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାସ୍ତାର ଫତେପୁର ଛକରେ ରବିବାର ମଧ୍ୟାହ୍ନରେ ଏକ ଟ୍ରକ୍‌ ସହ ମାଲବାହୀ ଅଟୋ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଅଟୋ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭଦ୍ରକ ବ୍ଲକ ସାବରଙ୍ଗ ଥାନା ଅଧୀନ କେଦାରପୁର ଗ୍ରାମର ଲକ୍ଷ୍ମୀଧର ଜେନା (୩୫)।

ସୂଚନା ଅନୁଯାୟୀ, ଭଦ୍ରକରୁ ଚାନ୍ଦବାଲି ଅଭିମୁଖେ ଯାଉଥିବା ଏକ ଟ୍ରକ୍‌(ନଂ. ଓଆର୍‌୨୨ ୨୨୭୬) ସହ ବିପରୀତ ଦିଗରୁ ତିହିଡ଼ି ଅଭିମୁଖେ ଯାଉଥିବା ଅଟୋ (ନଂ. ଓଡି୨୨କେ୩୭୫୨) ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଅଟୋ ଚାଳକ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ତିହିଡ଼ି ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ତିହିଡ଼ି ପୋଲିସ ଏକ ମାମଲା ରୁଜୁ କରି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇ ପଠାଇଥିଲା।