କୋରାପୁଟ,୧୯ା୨(ସ୍ବ.ପ୍ର.): ମାଲକାନାଗିରି ଅଞ୍ଚଳରୁ କେନ୍ଦୁପତ୍ର ନେଇ କୋଲକାତା ଯାଉଥିବା ସିଜି-୦୪-ଏଚ୍ୟୁ-୬୧୫୯ ନମ୍ବର ବିଶିଷ୍ଟ ଏକ ଟ୍ରକ୍ ସ୍ଥାନୀୟ ରେଲଓ୍ବେ ଓଭର ବ୍ରିଜ୍ ନିକଟରେ ଥିବା ବିପଦ ସଙ୍କେତ ସୂଚାଉଥିବା ଲୁହାଖୁଣ୍ଟରେ ବାଜି ଶତାଧିକ କେନ୍ଦୁପତ୍ର ବସ୍ତା ୨୬ ନମ୍ବର ଜାତୀୟ ରାଜପଥରେ ପଡ଼ିଥିବା ଦେଖାଯାଇଥିଲା। ଏହି ରାସ୍ତା ଅବରୋଧ ଯୋଗୁ ଯାତ୍ରୀମାନେ ରାସ୍ତାର ଉଭୟ ପାର୍ଶ୍ୱରେ ଦୀର୍ଘ ସମୟ ଧରି ଅଟକି ରହିଥିଲେ।
ଲୁହାଖୁଣ୍ଟରେ ପିଟିହେଲା କେନ୍ଦୁପତ୍ର ବୋଝେଇ ଟ୍ରକ୍, ଦୀର୍ଘ ସମୟ ଧରି ରାସ୍ତା ଅବରୋଧ
କୋରାପୁଟ,୧୯ା୨(ସ୍ବ.ପ୍ର.): କୋରାପୁଟ ସଦର ଥାନା ନିକଟ ରେଲଓ୍ବେ ଓଭର ବ୍ରିଜ୍ର ବିପଦ ସଙ୍କେତ ସୂଚାଉଥିବା ଲୁହାଖୁଣ୍ଟରେ ବାଜି ୨୬ ନମ୍ବର ଜାତୀୟ ରାଜପଥ ପ୍ରାୟ ଅଧଘଣ୍ଟା ଧରି ଅବରୋଧ ହେବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ରହିଥିଲା। ରବିବାର ମଧ୍ୟାହ୍ନରେ ଏହି ଘଟଣା ଘଟିଥିବା ଜଣାଯାଇଛି।
କୋରାପୁଟରେ ଥିବା ରେଲଓ୍ବେ ଓଭର ବ୍ରିଜଠାରେ ଆଜି ଏପରି ଘଟଣା ପ୍ରଥମ ଘଟିନାହିଁ। କିଛି ବର୍ଷ ତଳେ ବିଶାଖାପାଟଣାରୁ ଭାୟା ନଗରନାର ଆଳୁମିନିୟମ ପ୍ଲାଣ୍ଟକୁ ଯାଉଥିବା ମେକ୍ ମେଶିନ ଏହି ରେଲଓ୍ବେ ଓଭର ବ୍ରିଜ୍ ନିକଟରେ ବାଜି ଦୁଇ ଦିନ ଧରି ଜାତୀୟ ରାଜପଥର ଏକ ପାର୍ଶ୍ୱ ଜାମ୍ ରହିଥିଲା। ସେହିପରି ଏ ଦିଗରେ ରେଲଓ୍ବେ କର୍ତ୍ତୃପକ୍ଷ ମଧ୍ୟ ସଠିକ୍ ପଦକ୍ଷେପ ଗ୍ରହଣ କରୁ ନ ଥିବା ଏବଂ ବାରମ୍ବାର ଏପରି ଘଟଣା ଘଟୁଥିବାେବେଳ ମାଲ୍ ପରିବହନ କରୁଥିବା ଟ୍ରକ୍ ମାଳିକମାନେ କୋରାପୁଟର ଏହି ଜାଗାରେ କେତେ ଉଚ୍ଚତା ରହିଛି, ସେହି ଉଚ୍ଚତାରେର ମାଲ୍ ପରିବହନ ନେଇ ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ସାଧାରଣ ଯାତ୍ରୀଙ୍କୁ ଏହି ଅସୁବିଧା ସହିବାକୁ ପଡୁଛି।