କୋରାପୁଟ,୬ା୧(ଅମିତାଭ ବେହେରା): କୋରାପୁଟ ସହରର ଓଏମ୍ପି ମୁଖ୍ୟ ଗେଟ ସମ୍ମୁଖରେ ୨୬ ନମ୍ବର ଜାତୀୟ ରାଜପଥରେ ଟ୍ରକ୍-ବାଇକ୍ ମୁହଁାମୁହିଁ ହୋଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ବାଇକ୍ ଚାଳକ ବିରଞ୍ଚି ବିଶୋଇ। ତାଙ୍କ ଘର ଲକ୍ଷ୍ମୀପୁର ଅଞ୍ଚଳରେ। କୋରାପୁଟ ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍ (ନଂ.ଡବ୍ଲୁ ବି-୩୩ ଏଫ୍-୩୩୮୧)କୁ ଜବତ କରି ମୃତଦେହ ବ୍ୟବଚ୍ଛେଦ ପାଇଁ କୋରାପୁଟ ମେଡିକାଲକୁ ପଠାଇଛି।
ସୂଚନାଯୋଗ୍ୟ, ଟ୍ରକ୍ ସୁନାବେଡାରୁ କୋରାପୁଟ ଆସୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍(ନଂ.ଓଡି-୧୦-୧୩୧୪) ସହ ଓଏମ୍ପି ମୁଖ୍ୟ ଫାଟକ ସମ୍ମୁଖରେ ମୁହଁାମୁହିଁ ହୋଇଥିଲା। ଫଳରେ ବାଇକ୍ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷେ ଡ୍ରାଇଭର ଟ୍ରକ ଧରି ଫେରାର ହୋଇଯାଉଥିବା ବେଳେ ନେଇ ଯବାନମାନେ ଆରଟିଓ ଅଫିସ ଛକରେ ଧରି ଟାଉନ ପୋଲିସକୁ ଜଣାଇଥିଲେ।