Categories: ଫୁରସତ

ହାଇଓ୍ବେରେ ଟ୍ରକ୍‌ର ହେଲା ବ୍ରେକ୍‌ଫେଲ୍‌, ୩ କାର୍‌କୁ କରିଦେଲା ଚଟଣି, ଭିଡିଓ ଦେଖିଲେ…

ଆଜିର ସମୟରେ ରାସ୍ତା ଦୁର୍ଘଟଣା ମାମଲା ଯଥେଷ୍ଟ ବୃଦ୍ଧି ପାଇଛି। ସମୟର ଅଭାବ କିମ୍ବା ଅନ୍ୟ କୌଣସି କାରଣରୁ ଲୋକଙ୍କ ଡ୍ରାଇଭିଂର ଗତି ମଧ୍ୟ ବୃଦ୍ଧି ପାଇଛି। ଯେତେ ଅସାବଧାନତା ବଢୁଛି ସେତେ ଦୁର୍ଘଟଣା ସଂଖ୍ୟା ମଧ୍ୟ ବଢୁଛି। ଆଜିକାଲି ଦୁର୍ଘଟଣା ହେତୁ ଅନେକ ଲୋକ ରାସ୍ତାରେ ପ୍ରାଣ ହରାଉଛନ୍ତି।

ନିକଟରେ ସଡ଼କ ଦୁର୍ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରାଯାଇଛି। ରାସ୍ତା କଡ଼ରେ ଲାଗିଥିବା ସିସିଟିଭିରେ ଏହା କଏଦ ହୋଇଛି। ଭିଡିଓଟି ଏକ ରାଜପଥର ଅଟେ। ଏଥିରେ ଦେଖିବାକୁ ମିଳିଛି ରାଜପଥରେ ଅଟକି ରହିଥିବା ଅନେକ କାର୍‌ ପଛରୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍‌ ଖୁବ୍‌ ଜୋର୍‌ରେ ଧକ୍କା ଦେବାରୁ ୩ଟି କାର୍‌ ପୂରା ଚଟଣି ହୋଇଯାଇଛି। ଭିଡିଓ ଦେଖିଲେ ଅନୁମାନ କରାଯାଇପାରେ ଯେ, ସେମାନଙ୍କ ଭିତରେ ବସିଥିବା ଲୋକଙ୍କ ଅବସ୍ଥା କ’ଣ ହୋଇଥିବ।

ଏହି ଦୁର୍ଘଟଣାର ଭିଡିଓ autopark.01 ନାମକ ଏକ ଇନ୍‌ଷ୍ଟାଗ୍ରାମରେ ଶେୟାର କରାଯାଇଛି। ଏଥିରେ ୪ଟି କାର୍‌  ଟ୍ରକ୍‌ ପଛରେ ପାର୍କିଂ ହୋଇଥିବା ଦେଖିବାକୁ ମିଳିଛି। କିନ୍ତୁ ସେ ଜାଣି ନ ଥିଲେ ଯେ ଏହା ତାଙ୍କ ଜୀବନର ଶେଷ ଧାଡ଼ି ବୋଲି ପ୍ରମାଣିତ ହେବ। ପଛରୁ ଏକ ଟ୍ରକ୍‌ ବହୁତ ବେଗରେ ଆସୁଥିବା ଦେଖାଯାଇଥିଲା। ପ୍ରଥମେ ଲାଗୁଥିଲା ବୋଧହୁଏ ସେ ନିକଟତର ହୋଇ ବ୍ରେକ୍‌ ପ୍ରୟୋଗ କରିବ। କିନ୍ତୁ ବାସ୍ତବରେ ଏହି ଟ୍ରକର ବ୍ରେକ୍‌ ଫେଲ୍‌ ହୋଇଥିଲା।

ଟ୍ରକ ଏତେ ଜୋର୍‌ରେ ଆସିଥିଲା ଯେ, ଏହା ଏକ ସେକେଣ୍ଡରେ ସମଗ୍ର କାରକୁ ଭାଙ୍ଗି ଦେଇଥିଲା। ଏହା ପରେ ଆଗରେ ପାର୍କିଂ ହୋଇଥିବା ଟ୍ରକ୍‌ ସହିତ ମଧ୍ୟ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ରାସ୍ତାରେ ୩ଟି କାର୍‌ ପୂରା ଧୂଆଁ ହୋଇଯାଇଥିଲା। ଏହା କମିଯିବା ପରେ ଟ୍ରକ୍‌ ଦ୍ୱାରା ଚାପି ହୋଇଯାଇଥିବା ସମସ୍ତ ଗାଡ଼ିର ଅବସ୍ଥା ବିଗିଡି ଯାଇଥିବାର ଦେଖାଯାଇଥିଲା। ଭିତରେ ବସିଥିବା ସମସ୍ତ ଲୋକଙ୍କ ଭାଗ୍ୟ କେବଳ କାର୍‌କୁ ଦେଖି ବୁଝାପଡୁଥିଲା। ଏହି ଭିଡିଓ ବର୍ତ୍ତମାନ ସୁଦ୍ଧା ଲକ୍ଷାଧିକ ଲୋକ ଦେଖିସାରିଲେଣି।

Share