ତପ୍ତପାଣି ଘାଟିରେ ଓଲଟିଲା ତେନ୍ତୁଲି ବୋଝେଇ ଟ୍ରକ୍‌ : ଚାଳକ ଗୁରୁତର

ଦିଗପହଣ୍ଡି,୨୨|୩(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି ଘାଟି ରାସ୍ତାରେ ଶନିବାର ଅପରାହ୍ନରେ ଏକ ତେନ୍ତୁଳି ବୋଝେଇ ଟ୍ରକ ନଂ.(ଓଆର ୦୫ ଏକ୍ୟୁ -୨୧୫୫) ଓଲଟି ପଡ଼ିବାରୁ ଟ୍ରକ୍ ଚାଳକ ଗୁରୁତର ଆହାତ ହୋଇଛନ୍ତି। ସେ ହେଲେ କେନ୍ଦ୍ରାପଡ଼ା ଅଞ୍ଚଳର ନିରଞ୍ଜନ ଜେନା(୫୦)। ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତେନ୍ତୁଳି ବୋଝେଇ ଟ୍ରକଟି ରାୟଗଡ଼ାରୁ କଟକ ଅଭିମୁଖେ ଯାଉଥିବା ବେଳେ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ବୁଲାଣି ରେ ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା। ଖବର ପାଇ ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ଅଧିକାରୀ ପରମେଶ୍ବର ମଲ୍ଲିକ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗସ୍ତ ଟ୍ରକ କୁ ଜବତ କରି ତଦନ୍ତ ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ନିର୍ଦ୍ଦେଶକଙ୍କ ଗଞ୍ଜାମ ଗସ୍ତ : ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ

ଛତ୍ରପୁର, ୨୫।୩(ଦିଲ୍ଲୀପ ସାମଲ): ଜିଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର ପରିଚାଳନା କିପରି ଚାଲିଛି ଏବଂ ସରକାରଙ୍କ ସଂଯୋଜନାରୁ ଜନ ସାଧାରଣ କିଭଳି ଉପକୃତ...

ହତ୍ୟା ମାମଲାରେ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ଛତ୍ରପୁର, ୨୫।୩(ସନ୍ତୋଷ ପାଢ଼ୀ ): ଗଞ୍ଜାମ ପୋଲିସ ଜ଼ିଲା ଅଧିନ ଭଞ୍ଜନଗର ଥାନା ଅଞ୍ଚଳରେ ଘଟିଥିବା ଏକ ହତ୍ୟା ମାମଲା ରେ ଅଭିଯୁକ୍ତ କୋର୍ଟ ଦ୍ୱାରା...

ବିଭିନ୍ନ ସ୍ଥାନରେ ନବ ଭାରତ ସାକ୍ଷରତା ସ୍ବେଚ୍ଛାସେବୀଙ୍କ ତାଲିମ ଶିବିର ଉଦଯାପିତ

କର୍ଲାମୁଣ୍ଡା:୨୫।୩(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ନବ ଭାରତ ସାକ୍ଷରତା ସ୍ବେଚ୍ଛାସେବୀମାନଙ୍କ ଦ୍ୱିଦିନିଆ ତାଲିମ ଶିବିର ମଙ୍ଗଳବାର ଉଦଯାପିତ ହୋଇଯାଇଛି।...

ଋଷିକୂଲ୍ୟା ବଞ୍ଚାଓ ଅଭିଯାନ ପଦଯାତ୍ରା

ଗଞ୍ଜାମ,୨୫।୩(ବିଦ୍ୟାଧର ସାହୁ ): ଋଷିକୂଲ୍ୟା ପାଣି ଲୋକଙ୍କର,କମ୍ପାନୀକୁ ପାଣି ଯୋଗାଇବା, ଋଷିକୂଲ୍ୟା ଉପର ଖଣ୍ଡରେ ପ୍ରବାହିତ ଡ୍ୟାମ ନିର୍ମାଣ ବାତିଲ ଆଦି ଦାବିରେ ଋଷୁକୂଲ୍ୟା ସୁରକ୍ଷା...

୮ ମାସରେ ଡିପିଆର ପ୍ରସ୍ତୁତ ହେବ, ମୁଜାଗଡ ଭାୟା ଫୁଲବାଣୀ ବଉଦ ରେଳ ଲାଇନ ସର୍ଭେ

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ): ଗୋପାଳପୁର ଭାୟା ଭଞ୍ଜନଗର ରେଢ଼ାଖୋଲ ନୂତନ ରେଳ ଲାଇନ ପାଇଁ ସଂମ୍ପୃକ୍ତ ଅଞ୍ଚଳବାସୀ ଆଜକୁ ବହୁବର୍ଷ ହେବ ଦାବି କରିଆସୁଛନ୍ତି। ତଥାପି ଅଞ୍ଚଳବାସୀଙ୍କ...

୧୦୫ଗ୍ରାମ ଧଳାଜହର ଜବତ: ଜଣେ ଗିରଫ

ଖୋର୍ଦ୍ଧା,୨୫।୩(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଅବକାରୀ ବିଭାଗ ଆଦର୍ଶ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ଟାଙ୍ଗିରେ ଚଢାଉ କରି ୧୦୫ଗ୍ରାମ ବ୍ରାଉନସୁଗାର ଜବତ ସହ ଜଣଙ୍କୁ ଗିରଫ କରିଛି।...

ରାଜାବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି

ଛତ୍ରପୁର, ୨୫।୩(ଦିଲ୍ଲୀପ ସାମଲ): ଛତ୍ରପୁର ଠାରେ ଖଲ୍ଲିକୋଟ ରାଜାବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ନିମନ୍ତେ ଦାବୀ ହୋଇଛି,ଏନେଇ ଖଲିକୋଟସ୍ଥିତ ଏ.ପି.ଜେ. ଅବଦୁଲ କଲାମ...

ଇଥାନଲ ପ୍ରକଳ୍ପରେ ସ୍ଥାନୀୟ ଯୁବକଙ୍କୁ ମିଳୁ ନିଯୁକ୍ତି: ସଂସଦରେ ଦାବି କଲେ ପ୍ରଦୀପ ପୁରୋହିତ

ବରଗଡ,୨୫।୩(ପ୍ରେମାନନ୍ଦ ଖମାରୀ): ଇଥାନଲ ପ୍ରକଳ୍ପରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ପାଇଁ ଆଜି ସଂସଦରେ ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଏହି ଦାବି କରିଛନ୍ତି। ବରଗଡ଼ ଜିଲାରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image