ଧରାପଡ଼ିଲା ମାଙ୍କଡ଼ା ପଥର ବୋଝେଇ ଟ୍ରକ

ନିରାକାରପୁର,୪।୩(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ୧୬ନମ୍ବର ଜାତୀୟ ରାଜପଥର ବଡ଼ପୋଖରୀଆ ଛକ ନିକଟରୁ ଏକ ମାଙ୍କଡା ପଥର ବୋଝେଇ ଟ୍ରକକୁ ଜଙ୍କିଆ ପୋଲିସ ଜବତ କରିଛି । ଏପରି କି ପୋଲିସ ଅଚ୍ୟୁତପୁର ପଞ୍ଚାୟତ ଅଚ୍ୟୁତପୁର ଗ୍ରାମର ଗାଡ଼ି ଚାଳକ ସରୋଜ ପ୍ରଧାନ(୩୦) ଏବଂ ନୟାଗଡ଼ ଜିଲା ଚାନ୍ଦପୁର ଥାନା ଚମ୍ପାଗଡ଼ ଗ୍ରାମର ହେଲପର ଜଗନ୍ନାଥ ମହାରଣା(୨୫)ଙ୍କୁ ଗିରଫ କରିଛି। ପୋଲିସ ଏକ ମାମଲା(ନଂ.୯0/୨୪) ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଙ୍କିଆ ପୋଲିସ ପକ୍ଷରୁ କୁହାଯାଇଛି।

ମିଳିଥିବା ସୂଚନା ମୁତାବକ, ଚାନ୍ଦପୁର ଥାନା ଅଧୀନ ଓସ୍ତପଡା ଅଞ୍ଚଳରୁ ଓଆର-0୨-ବିବି-୨0୫0 ନମ୍ବର ବିଶିଷ୍ଟ ଏକ ମାଙ୍କଡା ବୋଝେଇ ଟ୍ରକ ୧୬ନମ୍ବର ଜାତୀୟ ରାଜପଥରେ ଆସୁଥିଲା। କୌଣସି ସୂତ୍ରରୁ ଖବରପାଇ ଜଙ୍କିଆ ପୋଲିସ କାଗଜ ପତ୍ର ଯାଞ୍ଚବେଳେ ଚାଳକ କିଛି କାଗଜ ପତ୍ର ଦେଖାଇ ପାରି ନ ଥିଲେ। ପୋଲିସ ମାଙ୍କଡ଼ା ପଥର ଚୋରା ଚାଲାଣ ଅଭିଯୋଗରେ ଟ୍ରକ୍‌ ଜବତ କରାଯାଇଥିବା ଜଙ୍କିଆ ଥାନା ଅଧିକାରିଣୀ ପ୍ରଜ୍ଞାଋତୁମ୍ଭରା କର ସୂଚନା ଦେଇଛନ୍ତି।

Share