ଟ୍ରକରେ ଲାଗିଲା ନିଆଁ

ବଡ଼ବିଲ,୨।୧୦(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ଭଦ୍ରାସାହି ଛକ ନିକଟରେ ସୋମବାର ଏକ ଲୁହାପଥର ବୋଝେଇ ଟ୍ରକ(ନଂ.ଡବ୍ଲ୍ୟୁବି୨୯ସି-୩୬୭୩)ରେ ନିଆଁ ଲାଗି ଯାଇଥିଲା। ଫଳରେ ଟ୍ରକ୍‌ର ସମ୍ମୁଖ ଭାଗ ପୋଡି ନଷ୍ଟ ହୋଇଯାଇଛି।

ଖବରପାଇ ବଡ଼ବିଲ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ଟ୍ରକର ସମ୍ମୁଖ ଭାଗ ଜଳି ସାରିଥିଲା। ଟ୍ରକ ଭିତରେ ଗ୍ୟାସ୍‌ ଯୋଗେ ରୋଷେଇ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଅନ୍ୟପକ୍ଷେ ଟ୍ରକ ଛାଡି ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାରୁ କାରଣ ସ୍ପଷ୍ଟ ହୋଇପାରି ନାହିଁ।

Share