କେନ୍ଦୁଝର,୯।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଜୁଡ଼ିଆ ନିକଟସ୍ଥ ଅଗ୍ନିଶମ ବିଭାଗର ଦୁଇ ଜଣ କର୍ମଚାରୀଙ୍କ ମାଡରେ ଗୁରୁବାର ଜଣେ ଟ୍ରକ୍ ଚାଳକ ଆହତ ହୋଇଥିବା ଜଣାପଡିଛି। ଏହାକୁ ନେଇ ପଚାଶରୁ ଉଦ୍ଧର୍ବ ଡ୍ରାଇଭର ଉତ୍ତ୍ୟକ୍ତ ହୋଇ ଜୁଡିଆ ସ୍ଥିତ ବିଭାଗ କାର୍ଯ୍ୟାଳୟକୁ ଘେରବା ସହ ମାଡ ଖାଇଥିବା ଡ୍ରାଇଭରଙ୍କ ଚିକିତ୍ସା ଦାବି କରିଥିଲେ। ପରେ ଆହତ ଡ୍ରାଇଭରଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କ ଅବସ୍ଥା ଠିକ୍ ଥିବା ଡାକ୍ତର କହିବା ପରେ ଟ୍ରକ୍ ମାଲିକ ସଂଘ ସହାୟତାରେ ଆପୋଷ ବୁଝାମଣା କରାଯାଇଥିଲା।