ଦୁଆରଶୁଣି ଘାଟି ତଳକୁ ଖସିଲା ଟ୍ରକ୍‌: ଚାଳକ ମୃତ, ଖଲାସି ଗୁରୁତର

ବାରିପଦା,୫।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷିର ଦୁଆରଶୁଣି ଘାଟି ତଳକୁ ଏକ ଟ୍ରକ୍‌ ଖସି ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଖଲାସି ଗୁରୁତର ହୋଇଛନ୍ତି। ମୃତକ ହେଲେ ଟ୍ରକ୍‌ଚାଳକ ଶ୍ୟାମସୁଦ୍ଦିନ ଖାନ୍‌(୪୫)। ଖଲାସି ବଙ୍କିମ ହେମ୍ବ୍ରମ(୨୮) ଗୁରୁତର ଅଛନ୍ତି।

ବାଙ୍ଗିରିପୋଷି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଶନିବାର ୪୯ନଂ ଜାତୀୟ ରାଜପଥର ଘାଟି ରାସ୍ତାରେ ଭାରସ୍ୟାମ ହରାଇ ଏକ ଟ୍ରକ ଘାଟି ତଳକୁ ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଖବର ପାଇ ବାଙ୍ଗିରିପୋଷି ଦମକଳ ବାହିନୀ ପହଞ୍ଚି ଦୁଇଜଣଙ୍କୁ ଉଦ୍ଧାର କରିଥିଲେ। ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି। ତାଙ୍କୁ ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଘର ପଶ୍ଚିମବଙ୍ଗର ମେଦିନୀପୁର ଅଞ୍ଚଳର ବୋଲି ଜଣାପଡିଛି।

Share