ବ୍ରିଜ୍‌ ଉପରୁ ଖସିପଡିଲା ଟ୍ରକ୍‌: ୪ ଘଣ୍ଟା ପରେ ଉଦ୍ଧାର ହେଲେ ଡ୍ରାଇଭର, ହେଲପର

ବୌଦ୍ଧ,୨୬।୧: ବୌଦ୍ଧ ଜିଲା ମନମୁଣ୍ଡା ଥାନା ମଶିଣାପଡ଼ା ବ୍ରିଜ୍‌ରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରକଟି ବୌଦ୍ଧରୁ ସୁବର୍ଣ୍ଣପୁର ଯାଉଥିବାବେଳେ ମଶିଣାପଡ଼ା ବ୍ରିଜ୍‌ ନିକଟରେ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିପଡିଥିଲା।

ଫଳରେ ଟ୍ରକ ଡ୍ରାଇଭର ଏବଂ ହେଲପର୍‌ ପ୍ରାୟ ୪ ଘଣ୍ଟା ଧରି ଟ୍ରକ ଭିତରେ ଫସି ରହିଥିଲେ। ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଟ୍ରକର ଡୋର୍‌ କାଟି ଉଭୟଙ୍କୁ ଉଦ୍ଧାର କିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡ୍ରାଇଭରଙ୍କ ପରିଚୟ ମିଳିପାରି ନ ଥିବାବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Share