ଧରାପଡ଼ିଲା ଗଞ୍ଜେଇ ଭର୍ତ୍ତି ଟ୍ରକ: ଡ୍ରାଇଭର ଫେରାର

ବାଲିଗୁଡ଼ା,୧୫।୧୦(ସଞ୍ଜୟ ପାଣିଗ୍ରାହୀ): (୦୩) କନ୍ଧମାଳ ଜିଲା ବାଲିଗୁଡ଼ା ପୋଲିସ ଗଞ୍ଜେଇ ଭର୍ତ୍ତି ଏକ ଟ୍ରକ ଜବତ କରିଛି। ମିଳିଥିବା ସୂଚନା ମୁତାବକ, ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ବାଲିଗୁଡ଼ା ଥାନା ଅନ୍ତର୍ଗତ ମୋହନିରି ଘାଟିରେ ଏକ ଟ୍ରକ ଦ୍ରୁତ ଗତିରେ ଯାଉଥିଲା। ଏନେଇ ପୋଲିସ ସନ୍ଦେହ କରି ଟ୍ରକ୍‌କୁ ପିଛା କରି ଅଟକାଇ ଥିଲା। ହେଲେ ଡ୍ରାଇଭର ଜଣକ ଟ୍ରକରୁ ଡେଇଁ ଚମ୍ପଟ୍‌ ମାରିଥିଲେ। ପୋଲିସ ଯାଞ୍ଚ ବେଳେ ଟ୍ରକ୍‌ରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଜାଣିବାକୁ ପାଇଥିଲା। ପୋଲିସ ଟ୍ରକ୍‌ ସହ ଗଞ୍ଜେଇ ଜବତ କରିଛି। ଏନେଇ ପୋଲିସ ଏକ ମାମଲା (ନଂ.୨୩୭/୨୩) ରୁଜୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ ଶୁଶାନ୍ତ ସାହୁ ପ୍ରକାଶ କରିଛନ୍ତି।