ଟ୍ରକ୍‌କୁ ପିଟିଲା ଟ୍ରକ୍‌

କେନ୍ଦୁଝର,୧୩ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅଧୀନ ୪୯ନମ୍ବର ଜାତୀୟ ରାଜପଥ ପୁତୁଲିପାଣି ନିକଟରେ ଏକ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ଘଟିଛି। ବ୍ରେକଡାଉନ ହୋଇ ଛିଡ଼ା ହୋଇଥିବା ଟ୍ରକ୍‌ ପଛରେ ଅନ୍ୟ ଏକ ଟ୍ରକ୍‌ ପିଟି ହେବାରୁ ୪ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନେ ଟାଉନ ଥାନା ଅନ୍ତର୍ଗତ ଆଟପୁର ରଙ୍ଗାପାଟସାହିର ସଞ୍ଜୁ ନାଏକ(୪୨), ସୁନ୍ଦରୀ ନାଏକ(୪୫), ପ୍ରମିଳା ନାଏକ(୪୦), ପଦ୍ମିନୀ ନାଏକ(୪୩)। ଏଥିରେ ଆଟପୁର ରଙ୍ଗାପାଟ ସାହିର ରାଣୀ ନାଏକ(୬୦), ଟିଣୁ ନାଏକ(୨୭), ଜଗନ ନାଏକ(୧୪) ଆହତ ହୋଇଥିଲେ। ସମସ୍ତେ ଗୁରୁବାର ବାଂଶପାଳ ହାଟରୁ ବ୍ୟବସାୟ ପାଇଁ ଆମ୍ବସଢ଼ା କିଣି ପୁତୁଲିପାଣି ନିକଟରୁ ୧୨ଚକିଆ ଟ୍ରକ୍‌ରେ କେନ୍ଦୁଝର ଅଭିମୁଖେ ଫେରୁଥିଲେ। ତେବେ ପୁତୁଲିପାଣି ଛକ ରାସ୍ତା ନିକଟରେ ଦୁଇଟି ବଳଦ ଗାଡ଼ି ଆଗକୁ ଚାଲି ଆସିବାରୁ ବଳଦଙ୍କୁ ବଞ୍ଚାଇବାକୁ ଯାଇ ଚାଳକ ବ୍ରେକ୍‌ ଡାଉନ ହୋଇ ଛିଡା ହୋଇଥିବା ଟ୍ରକ୍‌କୁ ପିଟି ଦେଇଥିଲେ। ଗୁରୁତର ଓ ଆହତଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସଦର ପୋଲିସ ପହଞ୍ଚି ଗାଡ଼ି ଜବତ କରି ତଦନ୍ତ ଚଳାଇଛି।

Share