ଦୁର୍ଘଟଣା ପରେ ପୋଲରେ ଓହଳି ରହିଲା ଟ୍ରକ୍‌

ଜମନକିରା,୮ା୯(ଡି.ଏନ.ଏ.): ଜମନକିରା ଥାନା ବଡ଼ରମା ପିଠାମାରେନ ପୋଲରେ ଏକ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୦ ଘଣ୍ଟା ରାସ୍ତା ଜାମ ହୋଇଥିଲା। ଫଳରେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ପୋଲିସ ସୂଚନା ମୁତାବକ, ମଙ୍ଗଳବାର ରାତିରେ ସମ୍ବଲପୁରରୁ କେନ୍ଦୁଝର ଯାଉଥିବା ଏକ ୧୪ ଚକିଆ ଟ୍ରକ୍‌ (ଓଡ଼ି୦୯ଟି-୪୧୪୪) ୫୩ନଂ. ଜାତୀୟ ରାଜପଥର ପିଠାମାରେନ୍‌ ପୋଲ ମଝିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ଟ୍ରକ୍‌ଟି ପୋଲ ବାଡ଼କୁ ଭାଙ୍ଗି ଓହଳି ରହିଥିଲା। ପରେ କ୍ରେନ୍‌ ଆସି ଏହାକୁ ପୋଲ ମଝିକୁ ଆଣିଥିଲା। ଦୁର୍ଘଟଣା ଯୋଗୁ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଥିଲା। ଏଥିଯୋଗୁ ବସ୍‌ ଯାତ୍ରୀମାନେ ହଇରାଣ ହୋଇଥିଲେ। ବୁଧବାର ସକାଳେ କ୍ରେନ ଆସି ଟ୍ରକ୍‌କୁ ହଟାଇବା ପରେ ଗାଡ଼ି ଯାତାୟାତ ସ୍ବାଭାବିକ ହୋଇଥିଲା। ଏ ନେଇ ଜମନକିରା ଥାନାରେ ଏକ ମାମଲା ରୁଜୁ ହୋଇଛି।

Share