ଗୁଣପୁର,୧୦ା୧୧(ଡି.ଏନ୍.ଏ.): ଲକ୍ଷାଧିକ ଟଙ୍କାର ଜିଏସ୍ଟି ଠକେଇ ଘଟଣା ସାମ୍ନାକୁ ଆସିଛି। ଏକ ଲୁହାରଡ୍ ବୋଝେଇ ଟ୍ରକ୍ରୁ ଜରିମାନା ବାବଦକୁ ୪ ଲକ୍ଷ ୬୦ ହଜାର ଟଙ୍କା ଆଦାୟ କରାଯାଇଛି। ରାୟଗଡ଼ା ଜିଏସ୍ଟିର ଏନ୍ଫୋର୍ସମେଣ୍ଟ ଟିମ୍ର ଚଢ଼ାଉ ପରେ ଏହି ଠକେଇ ନଜରକୁ ଆସିଛି।
ସୂଚନାଯୋଗ୍ୟ, ମଙ୍ଗଳବାର ରାଉରକେଲାର ସ୍ପଞ୍ଜ ଆଇରନ କମ୍ପାନୀରୁୁ ଏକ ଲୁହା ବଝୋଇ ଟ୍ରକ୍ ଗୁଣପୁରର ସଞ୍ଜୀବ ଟ୍ରେଡର୍ସକୁ ଆସିଥିଲା। ସୂଚନା ପାଇଁ ରାୟଗଡ଼ା ଜିଏସ୍ଟିର ଏନ୍ଫୋର୍ସମେଣ୍ଟ ୟୁନିଟ ଟିମ୍ ଗୁଣପୁରରେ ପହଞ୍ଚିଥିଲେ। ଟ୍ରକ୍କୁ ଜବତ କରିବା ସହ କାଗଜପତ୍ର ଯାଞ୍ଚ କରିଥିଲେ। ଏହି ସମୟରେ ଆବଶ୍ୟକ ନଥିପତ୍ର ନ ଥିଲା। ଲୁହାରଡ୍ ବେଆଇନଭାବେ ଚାଲାଣ ହେଉଥିବା ଜଣାପଡ଼ିବା ପରେ ଜରିମାନା ଆଦାୟ କରାଯାଇଥିବା ଡେପୁଟି କମିଶନର ତପନ ପାଢ଼ୀ ସୂଚନା ଦେଇଛନ୍ତି।