ଚକା ଫାଟିବାରୁ ନଦୀକୁ ଖସିଲା ଟ୍ରକ୍‌

ପରଜଙ୍ଗ,୧୨।୧୨(ଡି.ଏନ.ଏ.)- ୫୩ ନମ୍ବର ଜାତୀୟ ରାଜପଥର ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସରାଙ୍ଗ-ଜଟିଆ ଛକ ନିକଟରେ ଏକ ଟ୍ରକ୍‌ ପୋଲ ଉପରୁ ବ୍ରାହ୍ମଣୀ ନଦୀକୁ ଖସିପଡ଼ିଛି। ଫଳରେ ଚାଳକ ପାଲଲହଡ଼ା ଥାନା ସାମିଆପଲିର ମାନସ ରଞ୍ଜନ ଧୀବରଙ୍କ ମୃତ୍ୟୁ ଘଟିଛି।

ପ୍ରକାଶ ଯେ, କେନ୍ଦୁଝରରୁ ଲୁହାପଥର ବୋଝେଇ କରି ଉକ୍ତ ଟ୍ରକ୍‌ (ନଂ. ଓଡି୦୯ପି-୦୧୨୨) ତାଳଚେର ଅଭିମୁଖେ ଯାଉଥିଲା। ତେବେ ପୋଲ ଉପରେ ଚକା ଫାଟି ଯିବାରୁ ଟ୍ରକ୍‌ ଭାରସାମ୍ୟ ହରାଇ ନଦୀ ମଧ୍ୟକୁ ଖସିପଡ଼ିଥିଲା। ଖବରପାଇ ପରଜଙ୍ଗ ପୋଲିସ, ସରାଙ୍ଗ ଫାଣ୍ଡି ଅଧିକାରୀ ଓ ଦମକଳ ବାହିନୀ ପହଞ୍ଚି ଟ୍ରକ୍‌ କ୍ୟାବିନ ମଧ୍ୟରେ ଚାପି ହୋଇରହିଥିବା ଚାଳକଙ୍କ ମୃତଦେହ ବାହାର କରିଥିଲେ। ପରେ ୨ଟି ଜେସିବି ସହାୟତାରେ ଟ୍ରକ୍‌ଟିକୁ ଉପରକୁ ଉଠାଯାଇଥିଲା। ଦୁର୍ଘଟଣା ପରେ ଉକ୍ତ ପୋଲ ଉପରେ କିଛି ସମୟ ପାଇଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପୋଲିସ ଏକ ମାମଲା(ନଂ. ୪୯୦/୨୧) ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

 

Share