ଦୁଆରଶୁଣୀ ଘାଟିରେ ଓଲଟିଲା ଟ୍ରକ୍‌ : ୬ ମୃତ, ୧୦ ଗୁରୁତର

ବାରିପଦା,୨୪।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ୪୯ନଂ ଜାତୀୟ ରାଜପଥ ଦୁଆରଶୁଣୀଘାଟିରେ  ବୁଧବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରାନୁଷ୍ଠାନର ଲାଇଟ ଓ ସାଉଣ୍ଡ ବକ୍ସ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିଛି । ଏଥିରେ  ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଗୁରୁତର ହୋଇଛନ୍ତି।
ଖବରପାଇ ବାଙ୍ଗିରିପୋଷି ଅଗ୍ନିଶମ କର୍ମଚାରୀ  ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିି  ମୃତକ ଓ ଗୁରୁତରଙ୍କୁ  ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।  ମୃତକଙ୍କ ପରିଚୟ ମିଳି ନ ଥିବା ବେଳେ  ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
କୁହୁଡିଆ ପାଗକୁ ଝିପିଝିପି ବର୍ଷା ଜାରି ରହିଥିବା ବେଳେ ଦୁଆରଶୁଣୀ ଘାଟିରେ ମେଳା ଚାଲିଥିଲା। ବିଶୋଇ ପଟୁ ବାଙ୍ଗିରିପୋଷିି ଦେଇ ଆସୁଥିବା ଧଉଳି ଗଣନାଟ୍ୟ ଯାତ୍ରା ଅନୁଷ୍ଠାନର ଲାଇଟ ଓ ସାଉଣ୍ଡ ବକ୍ସ ବୋଝେଇ ଟ୍ରକଟି ଭାରସାମ୍ୟ ହରାଇ ତଳକୁ ଖସି ପଡିଥିଲା । ଫଳରେ ଟ୍ରକରେ ଥିବା କର୍ମଚାରୀ ମଧ୍ୟରୁ ୬ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଛନ୍ତି।
Share