ଝୁମ୍ପୁରା,୨୮।୧୨(ଡି.ଏନ.ଏ): କେନ୍ଦୁଝର ଜିଲା ଝୁମ୍ପୁରା ଥାନା ଅଧୀନ ୨୦ ନମ୍ବରଏନ୍ଏଚ୍ ବାଇପାସ ଛକ ନିକଟରେ ମଙ୍ଗଳବାର ଏକ ଟ୍ରକ ମାଡିଯିବାରୁ ଜଣେ ପଥଚାରୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ମାୟାଧର ପ୍ରଧାନ। ତାଙ୍କ ଘର ଅର୍ଶଳା ଗ୍ରାମରେ।
ମାୟାଧର ରାସ୍ତା ପାର୍ଶ୍ୱରେ ଚାଲିକି ଯାଉଥିବା ବେଳେ ପଛ ପଟୁ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ତାଙ୍କ ଉପରେ ମାଡିଯାଇଥିଲା। ଫଳରେ ଘଟଣାସ୍ଥଳରେ ମାୟାଧରଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଟ୍ରକ୍କୁ ଜବତ କରି ମୃତ ଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ଝୁମ୍ପୁରା ପୋଲିସ ଏକ ମାମଲା (ନଂ.୧୫୯/୨୧) ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।