ଶ୍ୱଶୁର, ଜ୍ୱାଇଁଙ୍କ ଉପରେ ଚଢ଼ିଗଲା ଟ୍ରକ୍‌

ରାଇଘର,୧୬।୧୨(କିରଣ କୁମାର ପଟ୍ଟନାୟକ): ନବରଙ୍ଗପୁର ଜିଲା ରାଇଘର ସଦର ମହକୁମାର ଡିଏନ୍‌କେ ଛକ ପୋଷ୍ଟ ଅଫିସ ସମ୍ମୁଖରେ ଶନିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଶ୍ୱଶୁର, ଜ୍ୱାଇଁଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଶ୍ୱଶୁର ବଳି ଜାନି ଏବଂ ଜ୍ୱାଇଁ ଲଖମନ ଜାନି।

ମିଳିଥିବା ସୂଚନା ମୁତାବକ, ଶ୍ୱଶୁର-ଜ୍ୱାଇଁ ଏକ ବାଇକ୍‌ (ନଂ.ସିଜି ୦୪କେପି-୯୦୩୧) ଯୋଗେ କୌଣସି କାମରେ ଯାଉଥିଲେ। ହେଲେ ଡିଏନ୍‌କେ ଛକ ପୋଷ୍ଟ ଅଫିସ ସମ୍ମୁଖରେ ଏକ ଟ୍ରକ୍‌କୁ ଅତିକ୍ରମ କରୁଥିବା ବେଳେ ଚକାତଳେ ପଡିଯାଇଥିଲେ। ଫଳରେ ଟ୍ରକ ଚକା ଶ୍ୱଶୁରଙ୍କ ମୁଣ୍ଡ ଏବଂ ଜ୍ୱାଇଁଙ୍କ ଅଣ୍ଟା ଉପରେ ଚଢ଼ି ଯାଇଥିଲା। ଘଟଣା ସ୍ଥଳରେ ଶ୍ୱଶୁରଙ୍କ ମୃତ୍ୟୁ ଘଟିଥିବା ବେଳେ ହସ୍ପିଟାଲରେ ଜ୍ୱାଇଁଙ୍କ ମୃତ୍ୟୁ ଘଟିଥିଲା। ଜ୍ୱାଇଁ ଲଖମନଙ୍କ ଘର ମୁଣ୍ଡିବେଡା ପଞ୍ଚାୟତ ଭିମାଟିକିରା ଗ୍ରାମର ହୋଇଥିବା ବେଳେ ଶ୍ୱଶୁର ବଳିଙ୍କ ଘର ଗଞ୍ଜପାର ପଞ୍ଚାୟତ ମାରାଙ୍ଗପଲ୍ଲୀ ଗ୍ରାମରେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଉଭୟ ପରିବାରରେ ଶୋକର ଛାୟା ଖେଳିଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ସଶକ୍ତ ଓଡ଼ିଶା ଗଠନରେ ସହାୟକ ହେବେ ସୁଭଦ୍ରା ଯୋଜନା ହିତାଧିକାରୀ: ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ଼,୨୪।୧୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ନିକଟସ୍ଥ ପଡିଆଠାରେ ଆୟୋଜିତ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଯୋଗ ଦେଇ ସୁଭଦ୍ରା ଯୋଜନାର ପ୍ରଥମ...

ଗୋପାଳପୁର ବନ୍ଦରରେ ଲାଗିଛି ନୌସେନା ଜାହାଜ ‘କୁଠାର’, ଦେଖିବାକୁ ପ୍ରବଳ ଭିଡ଼

ଛତ୍ରପୁର,୨୪ା୧୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଗୋପାଳପୁର ବନ୍ଦର ନିକଟ ବର୍ଥ ନଂ ୧ରେ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ‘କୁଠାର’ ରବିବାର ଲଙ୍ଗର ପକାଇଛି। ଏହି...

ଜେଲ୍‌ରେ ପୂରାଇବୁ ନା ସସ୍‌ପେଣ୍ଡ କରିବୁ? କାହିଁକି ଏମିତି କହିଲେ ମନ୍ତ୍ରୀ…

ଭୁବନେଶ୍ୱର,୨୪ା୧୧: କାର୍ଯ୍ୟାଳୟରେ ନୁହେଁ କି ଆଉ କେଉଁଠି ନୁହେଁ ସିଧା ବିଚ୍‌ ରାସ୍ତାରେ ଏନ୍‌ଏଚ୍‌ ଅଧିକାରୀଙ୍କୁ ଫୋନ୍‌ରେ ଗାଳି କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡ.କୃଷ୍ଣଚନ୍ଦ୍ର...

‘କ୍ୱାର୍ଟର ଭଡ଼ା ଦେଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ୱର,୨୪ା୧୧: ସରକାରୀ କ୍ୱାର୍ଟରକୁ ଭଡ଼ାରେ ଲଗାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଆଲଟମେଣ୍ଟ ପାଇଥିବା ବ୍ୟକ୍ତି ଏବଂ ଭଡ଼ାରେ ରହୁଥିବା...

ବାଂଲାଦେଶୀ ନାବାଳିକା ପ୍ରସଙ୍ଗରେ ଦମ୍ପତିଙ୍କୁ ଉଠାଇନେଲା ପୋଲିସ

କଟକ,୨୪ା୧୧: ବାଂଲାଦେଶୀ ନାବାଳିକା ପ୍ରସଙ୍ଗରେ ପୋଲିସ ୨ ଜଣଙ୍କୁ ଉଠାଇ ନେଇଛି। କଟକ ସଦର ଥାନା ଅଞ୍ଚଳର ଦୁଇ ଜଣଙ୍କୁ ମଧୁପାଟଣା ପୋଲିସ ଉଠାଇ ନେଇଥିବା...

ପରିବେଶ ପାଇଁ ବୈଶ୍ୱିକ ସ୍ବର ପାଲଟିଥିବା ଯୋଦ୍ଧା ହିତା ଲଖାନୀ

ଭୁବନେଶ୍ୱର,୨୪ା୧୧: ଧରିତ୍ରୀ ପକ୍ଷରୁ ଆୟୋଜିତ ଯୁବ ସମ୍ମିଳନୀରେ ଯୋଗଦେଇଛନ୍ତି ପରିବେଶ ଯୋଦ୍ଧା, କ୍ଲାଇମ୍‌ଆକ୍ଟ ଫାଉଣ୍ଡେଶନ୍‌ର ପ୍ରତିଷ୍ଠାତା ନିର୍ଦ୍ଦେଶିକା ହିତା ଲଖାନୀ। ସେ ପୃଥିବୀର ଅନେକ ବୈଶ୍ୱିକ...

ଜଙ୍ଗଲ ସୃଷ୍ଟି ପାଇଁ ପ୍ରତିଶ୍ରୁତିବଦ୍ଧ, ୫୦ ହେକ୍ଟର ଜଙ୍ଗଲ ଜମିକୁ…

ଭୁବନେଶ୍ୱର,୨୪ା୧୧: ଧରିତ୍ରୀ ପକ୍ଷରୁ ଆୟୋଜିତ ଯୁବ ସମ୍ମିଳନୀରେ ଯୋଗଦେଇଛନ୍ତି ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ‘ଲେଡି ଟାର୍ଜନ’ ଭାବେ ପରିଚିତ ମୟୂରଭଞ୍ଜ ଜିଲାର ଯମୁନା ଟୁଡୁ। ଯମୁନା...

ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ,୨୪ା୧୧: ଆସନ୍ତାକାଲି ଅର୍ଥାତ୍‌ ସୋମବାର ମାର୍ଗଶୀର କୃଷ୍ଣ ଦଶମୀ ତିଥି। ଏହି ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତାଲାଗି ନୀତି ହେବ। ଏଥିପାଇଁ ୪ ଘଣ୍ଟା ସର୍ବସାଧାରଣ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri