ବରଯାତ୍ରୀଙ୍କ ଉପରେ ଟ୍ରକ ମାଡ଼ିଯିବା ଘଟଣା: ଆଉ ଜଣେ ଆଖିବୁଜିଲେ

କେନ୍ଦୁଝର,୫।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟାଉନ ଥାନା ଅଧୀନ ୨୦ ନମ୍ବର ଜାତୀୟ ରାଜପଥ ଷଠିଘର ନିକଟରେ ଏକ ବରଯାତ୍ରୀଙ୍କ ଉପରେ ଗତ ୨୮ ତାରିଖ ରାତିରେ ଏକ ୧୨ ଚକିଆ ଟ୍ରକ ମାଡ଼ିଯିବା ଘଟଣାରେ ବୁଧବାର ଆଉ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବିଭୂତି ପାତ୍ର(୨୮)। ତାଙ୍କ ଘର ବଡବିଲ ପୌରପାଳିକା ଅନ୍ତର୍ଗତ ୪ ନମ୍ବର ଓ୍ବାର୍ଡ ଉପରବସ୍ତି ବୋଲି ଜଣାପଡିଛି । ଏହାକୁ ମିଶାଇ ମୃତକଙ୍କ ସଂଖ୍ୟା ୬ରେ ପହଞ୍ଚିଛି।

ବିଭୂତି କଟକ ମେଡିକାଲରେ ଗୁରୁତର ଅବସ୍ଥାରେ ଆଇସିୟୁିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଟାଉନ ଥାନାର ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ଗୌରାଙ୍ଗ ଚରଣ ବେହେରା ସୂଚନା ଦେଇଛନ୍ତି। କଟକ ବଡ ଡକ୍ତରଖାନାରେ ଆହତ ୮ଜଣଙ୍କ ମଧ୍ୟରୁ ୭ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୨ଜଣ ଚିକିତ୍ସାଧୀନ ଥିଲେ। ଅନ୍ୟପକ୍ଷେ ହରିଚନ୍ଦନପୁର ଥାନା ଜାମୁଯୋଡି ପଞ୍ଚାୟତ ମାନପୁର ଗ୍ରାମର ମଧୁ ମୁଣ୍ଡା ଗୁରୁତର ଅବସ୍ଥାରେ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି।

Share