ରାଜପଥ କଡ଼ରୁ ହଟୁନି ଟ୍ରକ୍‌

କେନ୍ଦୁଝର,୨୭ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ବିଗତ ଦିନରେ କେନ୍ଦୁଝର ଜିଲା ଦେଇ ଯାଇଥିବା ଜାତୀୟ ରାଜପଥରେ ଅନେକ ଦୁର୍ଘଟଣା ଘଟି ବହୁ ଧନଜୀବନହାନି ହୋଇଛି। ବାରମ୍ବାର ଦୁର୍ଘଟଣା ପରେ ମଧ୍ୟ ଜାତୀୟ ରାଜପଥ କଡ଼ରୁ ଟ୍ରକ୍‌ର ଲମ୍ବାଧାଡ଼ି ହଟୁନାହିଁ। ତଦାରଖ ଅଭାବରୁ ଖଣିଜ ବୋଝେଇ ଟ୍ରକ୍‌ ଏଣେ ତେଣେ ପାର୍କିଂ କରାଯାଉଛି। ରାସ୍ତା କଡ଼ରେ ଟ୍ରକ୍‌ ଛିଡ଼ା ହେଉଥିବାରୁ ଦୁର୍ଘଟଣା ଘଟୁଛି। ଦୁର୍ଘଟଣା ଘଟି ମୃତାହତ ହେଲେ ପ୍ରଶାସନ ପକ୍ଷରୁ ଧରପଗଡ଼ ହୋଇଥାଏ। ଅନ୍ୟ ସମୟରେ ଦେଖା ମିଳେନାହିଁ ବୋଲି ସାମାଜିକକର୍ମୀମାନେ କହିଛନ୍ତି।
ପ୍ରକାଶ ଯେ, ଖଣିରୁ ଟ୍ରକ୍‌ ଲୋଡ ବେଳେ ସେମାନେ ପରମିଟ୍‌ ନେଉଛନ୍ତି। ବାଟରେ ବିଭିନ୍ନ ପରିବହନ ଠିକାସଂସ୍ଥା ସେମାନଙ୍କ ସୁବିଧା ସ୍ଥାନରେ ଚାଲାଣ ଦେବା ବ୍ୟବସ୍ଥା କରୁଛନ୍ତି। ଫଳରେ ଚାଳକ ରାସ୍ତା କଡ଼ରେ ଗାଡ଼ି ଅଟକାଇ ଚାଲାଣ ଓ ତେଲ ସ୍ଲିପ୍‌ ନେବାକୁ ବହୁ ସମୟ ଅପେକ୍ଷା କରିଥାନ୍ତି। ଅନ୍ୟ ଗାଡ଼ି ଚଳାଚଳରେ ସମସ୍ୟା ଉପୁଜିଛି। ଅନେକ ସମୟରେ ରାସ୍ତା ଜାମ୍‌ ମଧ୍ୟ ଏହି କାରଣରୁ ହୋଇଥାଏ। ବିଶେଷ କରି ପାଟଣା ବ୍ଲକ୍‌ ଖିରେଇଟାଙ୍ଗିରି ଟୋଲଗେଟ୍‌ ନିକଟରେ ଏଭଳି ପରିବହନ ଠିକାସଂସ୍ଥା ଚାଲାଣ ଓ ତେଲ ସ୍ଲିପ୍‌ ଦେଉଥିବାରୁ ଗାଡି ଚାଳକମାନେ ରାସ୍ତାରେ ଟ୍ରକ୍‌ ଅଟକାଇ ସଂଗ୍ରହ କରୁଛନ୍ତି। ଏଥି ପାଇଁ ଦୀର୍ଘ ଘଣ୍ଟା ଧରି ଟ୍ରକ୍‌ଗୁଡ଼ିକ ଲମ୍ବା ଲାଇନରେ ଅଟକି ରହିବା ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ବାଉଁଶୁଳି ଘାଟି ପର୍ଯ୍ୟନ୍ତ ଲମ୍ବି ରହୁଥିବାରୁ ଘାଟି ରାସ୍ତା ଅଧିକ ବିପଦପୂର୍ଣ୍ଣ ହୋଇପଡୁଛି। ସେହିପରି ଏନ୍‌ଏଚ୍‌ ୨୦ର ସିଲିସୁଆଁ, ପୁଟୁଳିଆ ତଥା ଅନ୍ୟାନ୍ୟ ସ୍ଥାନରେ ସମାନ ଅବସ୍ଥା ଲାଗିରହିଛି। ଅନ୍ୟପକ୍ଷରେ ପରିବହନ ଠିକାସଂସ୍ଥା ଅଧିକ ଲାଭ ପାଇଁ ନିଜର ବା ନିଜ ଯୋଗାଯୋଗରେ ଥିବା ପେଟ୍ରୋଲ ପମ୍ପରୁ ତେଲ ନେବାକୁ ସ୍ଲିପ୍‌ ଦେଇଥାନ୍ତି। ଫଳରେ ଅନେକ ସମୟରେ ପେଟ୍ରୋଲ ପମ୍ପରେ ତେଲ ପାଇଁ ଏନ୍‌ଏଚ୍‌ ଉପରେ ଟ୍ରକ୍‌ ଲାଇନରେ ଛିଡ଼ା ହେଉଛି। ତେଲ ନ ଥିଲେ ଦୀର୍ଘ ଘଣ୍ଟା ରାସ୍ତାରେ ଟ୍ରକ୍‌ ପାର୍କିଂ କରି ଅପେକ୍ଷା କରିଥାନ୍ତି। ଅନେକ ସମୟରେ ରଙ୍ଗ୍‌ରୁଟ୍‌ରେ ଟ୍ରକ୍‌ ଆସିବାକୁ ବାଧ୍ୟ ହୋଇଥାନ୍ତି। ସେହିପରି ଏନ୍‌ଏଚ୍‌ ୪୯ ଅଞ୍ଜର (ପୁତୁଲୁପାଣି) ନିକଟରେ ଲୋଡିଂ ପାଇଁ ଟ୍ରକ୍‌ ଲମ୍ବାଧାଡ଼ି ଯୋଗୁ ଟ୍ରାଫିକ୍‌ ସମସ୍ୟା ଦେଖାଦେଇଥାଏ। ଅନେକ ଟ୍ରକ୍‌ ଚାଳକ ବେଆଇନ ଭାବରେ ରାସ୍ତା ଡିଭାଇଡର ଅତିକ୍ରମ କରି ଲୋଡିଂ ପାଇଁ ଯାଉଥିବାରୁ ଡିଭାଇଡର ଭାଙ୍ଗି ସମସ୍ୟା ଦେଖାଦେଇଥାଏ। ଜାତୀୟ ରାଜପଥ ପ୍ରାଧିକରଣ ବିଭିନ୍ନ ସ୍ଥାନରେ ରାସ୍ତା କଡ଼୍‌ରେ ପାର୍କିଂ ବ୍ୟବସ୍ଥା କରିଛି। ଏଣୁ ଅନ୍ୟ ସ୍ଥାନରେ ଗାଡି ପାର୍କିଂ କରିବା କେତେଦୂର ଆଇନସଙ୍ଗତ ବୋଲି ସାମାଜିକ କର୍ମୀ ଗୁଲାବ ଅଖତର ରାଇନ କହିଛନ୍ତି। ପରିବହନ ଠିକାସଂସ୍ଥାଗୁଡ଼ିକ ବହୁ ଲାଭ କରୁଛନ୍ତି। ମାତ୍ର ଲୋଡିଂ ସ୍ଥାନରେ ଚାଲାଣ ବା ତେଲ ସ୍ଲିପ ଦେବା ବ୍ୟବସ୍ଥା ନ କରି ରାସ୍ତା କଡ଼ରେ ଦେଉଛନ୍ତି। ସେମାନଙ୍କ ପାଇଁ ସାଧାରଣ ଲୋକେ ବିପଦପୂର୍ଣ୍ଣ ଭାବେ ଯାତାୟାତ କରୁଛନ୍ତି। ଏ ନେଇ ପଦକ୍ଷେପ ନେବାକୁ ସାମାଜିକ କର୍ମୀ ଦିଲୀପ ସାହୁଙ୍କ ସମେତ ବିଭିନ୍ନ ମହଲରେ ଦାବି ହେଉଛି। ଆଞ୍ଚଳିକ ପରିବହନ ଅଧିକାରୀ ଗୋପାଳକୃଷ୍ଣ ଦାସ କହିଛନ୍ତି, ପରିବହନ ଠିକାସଂସ୍ଥା ପକ୍ଷରୁ ରାସ୍ତାରେ ଟ୍ରକ୍‌ ଛିଡ଼ା କରି ଚାଲାଣ ବଣ୍ଟାଯାଉଛି। ସେମାନଙ୍କୁ ନୋଟିସ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୪ ଜମି ଅଧିଗ୍ରହଣ ଅଧିକାରୀ ନିଲମ୍ବିତ

ଯାଜପୁର,୧୮ା୧୦(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ୱାରା ଯାଜପୁର ଜିଲାର ୪୬,୬୦୦ ହେକ୍ଟର ଜମିରେ ଜଳସେଚନ...

ହୋଇ ନ ଥିବା ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ କର

ଭବାନୀପାଟଣା,୧୭ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଗୁରୁବାର ପଞ୍ଚାୟତିରାଜ ଓ ପାନୀୟ ଜ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

ଅକ୍ଟୋବର ୨୧, ୨୮ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: କରିବାକୁ ହେବ ଆଗୁଆ ପଞ୍ଜୀକରଣ

ଭୁବେନେଶ୍ୱର,୧୭।୧୦: ଅକ୍ଟୋବର ୨୧ ଏବଂ ୨୮ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ୧୮ତାରିଖ ପୂର୍ବାହ୍ନ ୧୧ରୁ ଆଗୁଆ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ ହେବ।...

କନ୍ୟା ସନ୍ତାନକୁ ଜନ୍ମ ଦେଲେ ଦଶମ ଶ୍ରେଣୀ ଛାତ୍ରୀ: ଅଭିଯୁକ୍ତ ଥାନାରେ ଅଟକ

ଥୁଆମୂଳ ରାମପୁର,୧୭।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ଦଶମ ଶ୍ରେଣୀ ଛାତ୍ରୀ ମା’...

ସ୍ତ୍ରୀ, ଶାଶୁଙ୍କୁ ହତ୍ୟା କରି ଫିଙ୍ଗିଥିଲେ: ଖପୁରି ହାଡ଼ ଟାଣି ଖାଉଥିଲା କୁକୁର

ବାସୁଦେବପୁର,୧୭।୧୦(ନାରାୟଣ ପ୍ରସାଦ ବାରିକ୍‌):  ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତର ପାଞ୍ଚଘେରିଆ ଗାଁରେ ଯୋର ନିକଟରୁ ଅଖା ବସ୍ତାରୁ ମଣିଷ ଖପୁରି ହାଡ଼...

ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ମୃତ୍ୟୁ ମାମଲା: ହତ୍ୟା ଅଭିଯୋଗ ଆଣିଲେ ଭଉଣୀ 

ବାରିପଦା,୧୭ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଖଇରବଣିଠାରେ ବେତନଟୀ ବସ୍‌ଷ୍ଟାଣ୍ଡ ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ବେହେରାଙ୍କ ମୃତ୍ୟୁ ଘଟଣାରେ ପୋଲିସର...

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ଯାଜପୁର,୧୭ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ରାଜନୈତିକ ଆକ୍ରୋଶ କ୍ରମଶଃ ବଢିବାରେ ଲାଗିଛି। ବିଜେଡି, ଭାଜପା ଓ ସ୍ବାଧୀନ ବିଧାୟକ ସମର୍ଥକଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri