ଟ୍ରୁଡୋଙ୍କ ଅଭିଯୋଗକୁ ନିନ୍ଦା କଲା ଆମେରିକା

ଓ୍ବାଶିଂଟନ୍‌,୨୧।୯: ବିଚ୍ଛିନ୍ନତାବାଦୀ ନେତା ହରଦୀପ୍‌ ସିଂ ନିଜାରଙ୍କ ହତ୍ୟାକାଣ୍ଡରେ ଭାରତୀୟ ଏଜେନ୍ସିମାନଙ୍କ ହାତ ଥିବା ନେଇ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଭିଯୋଗ କରିଛନ୍ତି। ଏନେଇ ଟ୍ରୁଡୋଙ୍କୁ ସବୁ ଦିଗରୁ ସମାଲୋଚନା କରାଯାଉଛି।

ଭାରତ-କାନାଡା ବିବାଦରେ ଫାଇଭ୍‌ ଆଇଜ୍‌ ଆଲାଇନ୍ସରେ ଥିବା ସଦସ୍ୟ ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ କାନାଡାକୁ ସମର୍ଥନ କରିବେ ବୋଲି ଟ୍ରୁଡୋ ଆଶାବାଦୀ ଥିଲେ। କିନ୍ତୁ ତାହା ହୋଇପାରିଲା ନାହିଁ। ନିଜାରଙ୍କ ହତ୍ୟାରେ ଭାରତୀୟ ଏଜେନ୍ସି ଜଡିତ ଥିବା ଟ୍ରୁଡୋଙ୍କ ଅଭିଯୋଗକୁ ଲଜ୍ଜାଜନକ ଏବଂ ନିନ୍ଦନୀୟ ବୋଲି କହିଛନ୍ତି ଜଣେ ଆମେରିକୀୟ ବିଶେଷଜ୍ଞ । ଏଥିସହ ଏହି ବିବାଦରେ ଆମେରିକା ଅଂଶ ଦେବନି ବୋଲି ମଧ୍ୟ କହିଛନ୍ତି।

ହଡସନ ଇନଷ୍ଟିଚ୍ୟୁଟ ଥିଙ୍କ ଟ୍ୟାଙ୍କରେ ଆୟୋଜିତ ଏକ ପ୍ୟାନେଲ ଆଲୋଚନାରେ ଆମେରିକୀୟ ଏଣ୍ଟରପ୍ରାଇଜ ଇନଷ୍ଟିଚ୍ୟୁଟର ବରିଷ୍ଠ ଅଧିକାରୀ ମାଇକେଲ ରୁବିନ କହିଛନ୍ତି, ଟ୍ରୁଡୋ ଖଲିସ୍ତାନୀଙ୍କ କଣ୍ଢେଇ ସାଜିଛନ୍ତି।
ରୁବିନ ଆହୁରି କହିଛନ୍ତ, ଟ୍ରୁଡୋଙ୍କ ଏହି ପଦକ୍ଷେପ ଲଜ୍ଜାଜନକ ତଥା ନିନ୍ଦନୀୟ। ନିଜାର ହତ୍ୟା ମାମଲାରେ ଟ୍ରୁଡୋ ଏପରି ବୟାନ ଦେଉଥିବାବେଳେ ପାକିସ୍ତାନର ସାହାଯ୍ୟରେ କରିସ୍ମା ବାଲୁଚଙ୍କ ହତ୍ୟା ଘଟଣାର କାନାଡ ପୋଲିସ ତଦନ୍ତ କରୁଛି।

Share