Categories: ବାଣିଜ୍ୟ

ରାୟଗଡ଼ା,ବ୍ୟାସନଗରରେ ଟ୍ରୁ-୫ଜି

ଭୁବନେଶ୍ୱର,୨୨ା୩: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାର ରାୟଗଡ଼ା ଓ ବ୍ୟାସନଗରଠାରେ ମଙ୍ଗଳବାର ଟ୍ରୁ-୫ଜିର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଦେଶର ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୧ଟି ନୂଆ ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଛି, ଯେଉଁଥିରେ ଓଡ଼ିଶାର ଦୁଇଟି ସହର ରାୟଗଡ଼ା ଓ ବ୍ୟାସନଗର ଅନ୍ତର୍ଭୁକ୍ତ ରହିଛି। ପୂର୍ବରୁ ରାଜ୍ୟର ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱର, ବାରିପଦା, ଭଦ୍ରକ, ଝାରସୁଗୁଡ଼ା, ପୁରୀ, ବଲାଙ୍ଗୀର, ନାଲ୍‌କୋ-ଅନୁଗୋଳ, ତାଳଚେର, ସୁନ୍ଦରଗଡ଼, ଭବାନୀପାଟଣା, ଜଟଣୀ ଓ ଖୋର୍ଦ୍ଧା ଭଳି ସହରରେ ଜିଓ ଟ୍ରୁ ୫ଜି ସେବାର ଶୁଭାରମ୍ଭ କରାଯାଇସାରିଛି। ଏପରିକି ଉପରୋକ୍ତ ସହରଗୁଡ଼ିକ ମଧ୍ୟରୁ ଅଧିକାଂଶ ସହରରେ ଜିଓ ପ୍ରଥମ ଟେଲିକମ୍‌ ଅପରେଟର ଭାବେ ଭବିଷ୍ୟତଧର୍ମୀ ଓ ଅତ୍ୟାଧୁନିକ ଟ୍ରୁ-୫ଜି ସେବାକୁ ପହଞ୍ଚାଇଛି। ଏ ସମ୍ପର୍କରେ ଜିଓର ପ୍ରବକ୍ତା କହିଛନ୍ତି, ନିୟୁତାଧିକ ଗ୍ରାହକଙ୍କ ଦ୍ୱାରା ଜିଓ ଟ୍ରୁ-୫ଜି ଗ୍ରହଣୀୟ ହେଉଥିବା ଜାଣି ଆମେ ଅତ୍ୟନ୍ତ ଉତ୍ସାହିତ ଏବଂ ଆମର ବିଶ୍ୱାସ ରହିଛି ଯେ କମ୍ପାନୀ ନେଟ୍‌ୱର୍କର ରୂପାନ୍ତରଣ ସୃଷ୍ଟିକାରୀ ଶକ୍ତି ବିବିଧ ଡିଜିଟାଲ ଟଚ୍‌ ପଏଣ୍ଟ ଜରିଆରେ ସେମାନଙ୍କ ଜୀବନରେ ଉନ୍ନତି ଆଣିବ। ଆମେ ଚାହୁଁଛୁ ୨୦୨୩ ରେ ପ୍ରତିଟି ଭାରତୀୟ ଜିଓ ଟ୍ରୁ-୫ଜି ପ୍ରଯୁକ୍ତିର ରୂପାନ୍ତରିତ ଲାଭକୁ ଉପଭୋଗ କରନ୍ତୁ। ନିଜ ଅଞ୍ଚଳକୁ ଡିଜିଟାଇଜ୍‌ କରିବାରେ ସମର୍ଥନ ପ୍ରଦାନ କରିଥିବାରୁ ସମସ୍ତ ରାଜ୍ୟ ସରକାର ଏବଂ ପ୍ରଶାସନ ନିକଟରେ ଆମେ କୃତଜ୍ଞ ହୋଇରହିବୁ। ବିନା କୌଣସି ଅତିରିକ୍ତ ମୂଲ୍ୟରେ ୧ଜିବିପିଏସ୍‌ରୁ ଅଧିକ ସ୍ପିଡ୍‌ର ଅସୀମିତ ଡାଟାର ଅନୁଭୂତି ହାସଲ କରିବା ଲାଗି ୨୦୨୩ ମାର୍ଚ୍ଚ ୨୧ଠାରୁ ଉପରୋକ୍ତ ୪୧ଟି ସହରରେ ଜିଓ ବ୍ୟବହରକାରୀମାନଙ୍କୁ ଜିଓ ୱେଲକମ୍‌ ଅଫରରେ ଆମନ୍ତ୍ରଣ କରାଯିବ।

Share