Categories: ବାଣିଜ୍ୟ

ଟ୍ରୁକଲର ନ୍ୟୁ ବ୍ରାଣ୍ଡ୍‌ ଆଇଡେଣ୍ଟିଟିି ଉନ୍ମୋଚିତ

ଭୁବନେଶ୍ୱର,୨୨।୯:ଟ୍ରୁ କଲରର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଟ୍ରୁକଲର ନ୍ୟୁ ବ୍ରାଣ୍ଡ୍‌ ଆଇଡେଣ୍ଟିଟି ନିକଟରେ ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ବିଶେଷକରି ଟ୍ରୁ କଲରର କର୍ପୋରେଟ୍‌ ରିବ୍ରାଣ୍ଡିଂ ଏବଂ ନୂତନ ଆପ୍‌ ଆଇକନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି, ଯାହାକି ତୁରନ୍ତ ଗୁଗଲ୍‌ ପ୍ଲେ ଷ୍ଟୋର ଓ ଆପଲ୍‌ ଆପ୍‌ ଷ୍ଟୋରରେ ଚିହ୍ନଟ କରାଯାଇପାରିବ। ଏହି ନୂତନ ବ୍ରାଣ୍ଡ୍‌ ପରିଚୟର ଟାଇମିଂ ଡିଜିଟାଲ ସ୍ପେସ୍‌ରେ ହେଉଥିବା ଉଲ୍ଲେଖନୀୟ ରୂପାନ୍ତରଣ ସହ କାର୍ଯ୍ୟକାରୀ କରାଯାଇଛି। ଏହି ରିବ୍ରାଣ୍ଡିଂର ମୂଳରେ ଟ୍ରୁକଲରର ନବୀକୃତ ଉଦ୍ଦେଶ୍ୟ, ଶକ୍ତି ଓ ପ୍ରତିଶ୍ରୁତିବଦ୍ଧତା ସାମିଲ ରହିଛି। ଏ ସମ୍ପର୍କରେ ଟ୍ରୁକଲରର ସହ-ପ୍ରତିଷ୍ଠାତା ତଥା ସିଇଓ ଆଲାନ୍‌ ମାମେଦି କହିଛନ୍ତି, ଆମେ ଆମର ନୂତନ ବ୍ରାଣ୍ଡ୍‌ ପରିଚୟ ଓ ଲୋଗୋର ଶୁଭାରମ୍ଭକରି ବେଶ୍‌ ଉତ୍ସାହିତ ଅଛୁ।

Share