ଲକ୍ଷଣ ନ ଥିବା ବ୍ୟକ୍ତିଙ୍କର ବି ହେବ କରୋନା ଟେଷ୍ଟ: ଟ୍ରମ୍ପ ସରକାର

ୱାଶିଂଟନ,୧୯ ।୯: ବିଶ୍ୱରେ ବେଳକୁ ବେଳ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଆମେରିକା ଏହି କ୍ଷେତ୍ରରେ ଏବେବି ସବୁଠାରୁ ଆଗରେ ରହିଛି । ଏହାକୁ ଦୃଷ୍ଟିରେ ରଖି ଏବେ ଟ୍ରମ୍ପ ପ୍ରଶାସନ କରୋନା ଭାଇରସ ସଂକ୍ରମଣ ନିୟମରେ କିଛିଟା ପରିବର୍ତ୍ତନ ଆଣିଛନ୍ତି । ଏମିତି ଦ୍ୱିତୀୟଥର ଲାଗି କରାଯାଇଛି । ତେବେ ଟ୍ରମ୍ପ ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି କି ଯେଊଁମାନେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବେ ସେମାନେ କରୋନା ଟେଷ୍ଟ କରିବା ଜରୁରୀ । ଲକ୍ଷଣ ନ ଥିଲେ ବି ଏମାନଙ୍କ ପାଇଁ ଟେଷ୍ଟ ବାଧ୍ୟତାମୂଳକ । ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ କେନ୍ଦ୍ର (ସିଡିସି) ଅଗଷ୍ଟ ଶେଷ ବେଳକୁ ସାର୍ବଜନିକ ସ୍ୱାସ୍ଥ୍ୟ ଅଧିକାରୀ ଓ ବିଶେଷଜ୍ଞଙ୍କୁ ନିରାଶ କରି କହିଥିଲା କି ଯେଉଁମାନଙ୍କଠାରେ କରୋନାର କୌଣସି ଳକ୍ଷଣ ନାହିଁ ସେମାନେ ଟେଷ୍ଟ କରିବା ଆବଶ୍ୟକ ନୁହେଁ । ତେବେ ୨୪ ଅଗଷ୍ଟ ପୂର୍ବରୁ ଯେଉଁମାନଙ୍କଠାରେ ଭାଇରସର ଲକ୍ଷଣ ଦେଖାଯାଉଥିଲା ସେମାନଙ୍କ ପାଇଁ ଟେଷ୍ଟ ବାଧ୍ୟତାମୂଳକ କରିଥିଲା ସିଡିସି ।

Share