ଟ୍ରମ୍ପ୍‌ ପୁଣି କହିଲେ ମିଛ: ଆମେରିକାରେ କରୋନା ମୃତକଙ୍କ ସଂଖ୍ୟା ନୁହେଁ ଅଧିକ

ଓ୍ବାଶିଂଟନ, ୨୦।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପୁଣି ଥରେ ମିଛ କହିଛନ୍ତି। ଦେଶରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା କମ୍‌ ଥିବା ସେ କହିଛନ୍ତି। ଏହାପୂର୍ବରୁ ଜନ୍ସ୍‌ ହପିକିନ୍ସ୍‌ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ହୋଇଥିବା ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ଯେ, ଦେଶରେ ଲକ୍ଷେ ୪୦ ହଜାର କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟି ସାରିଛି। ତେବେ ଏହାକୁ ଟମ୍ପ୍‌ ଖାରଜ କରି ଦେଇଛନ୍ତି। ସେ କହିଛନ୍ତି ଦେଶରେ କରୋନା ମୃତକଙ୍କ ସଂଖ୍ୟା ଏହାଠାରୁ ଯଥେଷ୍ଟ କମ୍‌ ରହିଛି। ଦେଶରେ ଅଧିକ ଟେଷ୍ଟ୍‌ ହେଉଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଥିବା ସେ କହିଛନ୍ତି। ଗଣମାଧ୍ୟମ ସଂସ୍ଥା ଫୋକ୍ଦ୍‌ ନ୍ୟୁଜ୍‌କୁ ଦେଇଥିବା ସାକ୍ଷାତ୍‌କାରରେ ସେ ଏଭଳି କହିଛନ୍ତି। ଏବେ ଟ୍ରମ୍ପ୍‌ଙ୍କ ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ପୃଥିବୀରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୬ ଲକ୍ଷ ଟପିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି।

Share