ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ବାଇଡେନଙ୍କୁ ଦାୟୀ କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୮ା୧୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ହମାସ୍‌ ଦ୍ୱାରା ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ପାଇଁ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଦାୟୀ କରିଛନ୍ତି। ବାଇଡେନଙ୍କୁ ଦୁର୍ବଳତା ଯୋଗୁ ହିଂସା ଆରମ୍ଭ ହୋଇଛି ବୋଲି ଟ୍ରମ୍ପ୍‌ କହିଛନ୍ତି।

ଏକ ରାଲିରେ ଟ୍ରମ୍ପ କହିଛନ୍ତି, ଯଦି ସେ ରାଷ୍ଟ୍ରପତି ଥାନ୍ତେ, ତେବେ ଭୂ-ରାଜନୈତିକ ବିବାଦ ହୋଇ ନ ଥାନ୍ତା। ସେ କହିଛନ୍ତି, ମୋ ସହିତ କେବେ ବି ଏମିତି ହୋଇ ନ ଥାନ୍ତା। ତାଇଓ୍ବାନ ସହ ମଧ୍ୟ ଏସବୁ ଘଟଣା ହୋଇ ନ ଥାନ୍ତା।

ଇସ୍ରାଏଲରେ ହମାସ୍‌ ଆତଙ୍କବାଦୀମାନେ ଅନୁପ୍ରବେଶ କରି କ୍ଷେପଣାସ୍ତ୍ର ମାଡ଼ କରିବାରୁ ଇସ୍ରାଏଲ୍‌ରେ ଅତି କମରେ ୨୫୦ ଜଣ ଏବଂ ଗାଜାରେ ୨୩୨ ଜଣଙ୍କର ମୃତ୍ୟୁ ଘଟିଛି।

Share