Advertisement

ବଳାତ୍କାର ମାମଲାରୁ ବର୍ତ୍ତି ପାରିବେ ନାହିଁ ଟ୍ରମ୍ପ

ଓ୍ବାଶିଂଟନ,୮।୮: ନ୍ୟୁୟର୍କର ଜଣେ ବିଚାରପତି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଯେଉଁ ବଳାତ୍କାର ଅଭିଯୋଗ ଆସିଛି ସେଥିରୁ ସେ ବର୍ତ୍ତି ପାରିବେ ନାହିଁ। ଏହି ମାମଲାକୁ ଟ୍ରମ୍ପ ବିଳମ୍ବ କରୁଥିବା ଦର୍ଶାଇ ବିଚାରପତି ଜଣଙ୍କ କହିଛନ୍ତି ରାଷ୍ଟ୍ରପତି ପଦରେ ରହିଥିଲେ ବି ଟ୍ରମ୍ପଙ୍କ ଉପରେ ଯେଉଁ ଅଭିଯୋଗ ଆସିଛି ସେଥିରୁ ସେ ବର୍ତ୍ତି ପାରିବେ ନାହିଁ। ସୂଚନାଯୋଗ୍ୟ, ୧୯୯୦ରେ ଟ୍ରମ୍ପ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ଏହାସହ ମହିଳା ଜଣଙ୍କୁ ଟ୍ରମ୍ପ ଅପମାନ କରିଥିବା ମଧ୍ୟ ସେ ଅଭିଯୋଗ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share