ବାଇଡେନଙ୍କୁ ଟ୍ରମ୍ପଙ୍କ ଚ୍ୟାଲେଞ୍ଜ

ଓ୍ବାଶିଂଟନ,୧୯ା୧୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୋମବାର କୋର୍ଟରେ ହାଜର ହୋଇ ଜାନୁୟାରୀ ୬ରେ ସଂସଦ ଉପରେ ହୋଇଥିବା ଆକ୍ରମଣର ଡକ୍ୟୁମେଣ୍ଟ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି। ଏହି ପ୍ରସଙ୍ଗରେ ସେ ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛନ୍ତି। ଗତ ବର୍ଷ ନଭେମ୍ବରରେ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କ ପରାଜୟ ପରେ ତାଙ୍କ ସମର୍ଥକମାନେ ସଂସଦ ଉପରେ ଆକ୍ରମଣ କରିଥିଲେ। ଏହି ଘଟଣାର ଅନୁସନ୍ଧାନ କରୁଥିବା ସଂସଦୀୟ ଷ୍ଟାଣ୍ଡିଂ କମିଟି ଏହି ଘଟଣା ସହ ଜଡ଼ିତ ଦସ୍ତାବିଜ ପାଇଁ ହ୍ବାଇଟ୍‌ ହାଉସକୁ ଅନୁରୋଧ କରିଛନ୍ତି।

ସଂସଦ ଉପରେ ହୋଇଥିବା ଆକ୍ରମଣର ତଦନ୍ତ କରୁଛି କଂଗ୍ରେସ କମିଟି। କମିଟିର ଦାବି ସମ୍ପୂର୍ଣ୍ଣ ବେଆଇନ ବୋଲି ଟ୍ରମ୍ପ କୋର୍ଟଙ୍କୁ କହିଛନ୍ତି। ଏମ୍‌ପିମାନେ ଖୋଜୁଥିବା ଡକ୍ୟୁମେଣ୍ଟଗୁଡ଼ିକର ଅପବ୍ୟବହାର କରାଯାଇପାରେ। କମିଟିର କୌଣସି ଅନୁସନ୍ଧାନକାରୀ ସଂସ୍ଥା ପରି ଆଇନଗତ କ୍ଷମତା ନାହିଁ । ଏହି ଘଟଣାର ଅନୁସନ୍ଧାନ କରୁଥିବା ସଂସଦୀୟ କମିଟିକୁ ଆକ୍ରମଣ ସହ ଜଡିତ ଦଲିଲଗୁଡ଼ିକୁ ହ୍ବାଇଟ ହାଉସ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛି। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାଇଡେନ ପ୍ରଶାସନକୁ ଡକ୍ୟୁମେଣ୍ଟ ହସ୍ତାନ୍ତର ନ କରିବାକୁ ଅନୁରୋଧ କରିଛନ୍ତି।

ଆକ୍ରମଣ କରିଥିଲେ। ଏହି ଘଟଣାର ଅନୁସନ୍ଧାନ କରୁଥିବା ସଂସଦୀୟ ଷ୍ଟାଣ୍ଡିଂ କମିଟି ଏହି ଘଟଣା ସହ ଜଡ଼ିତ ଦସ୍ତାବିଜ ପାଇଁ ହ୍ବାଇଟ୍‌ ହାଉସକୁ ଅନୁରୋଧ କରିଛି।

ସଂସଦ ଉପରେ ହୋଇଥିବା ଆକ୍ରମଣର ତଦନ୍ତ କରୁଛି କଂଗ୍ରେସ କମିଟି। କମିଟିଙ୍କ ଦାବି ସମ୍ପୂର୍ଣ୍ଣ ବେଆଇନ ବୋଲି ଟ୍ରମ୍ପ କୋର୍ଟଙ୍କୁ କହିଛନ୍ତି। ଏମ୍‌ପିମାନେ ଖୋଜୁଥିବା ଡକ୍ୟୁମେଣ୍ଟଗୁଡ଼ିକର ଅପବ୍ୟବହାର କରାଯାଇପାରେ। କମିଟିର କୌଣସି ଅନୁସନ୍ଧାନକାରୀ ସଂସ୍ଥା ପରି ଆଇନଗତ କ୍ଷମତା ନାହିଁ । ଏହି ଘଟଣାର ଅନୁସନ୍ଧାନ କରୁଥିବା ସଂସଦୀୟ କମିଟିକୁ ଆକ୍ରମଣ ସହ ଜଡିତ ଦଲିଲଗୁଡ଼ିକୁ ହ୍ବାଇଟ ହାଉସ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛି। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାଇଡେନ ପ୍ରଶାସନକୁ ଡକ୍ୟୁମେଣ୍ଟ ହସ୍ତାନ୍ତର ନ କରିବାକୁ ଅନୁରୋଧ କରିଛନ୍ତି।

Share