ନିର୍ବାଚନ ଠକେଇ ମାମଲାରେ ବିଚାରପତିଙ୍କୁ ହଟାଇବାକୁ ଦାବି କରିଛନ୍ତି ଟ୍ରମ୍ଫ

ଓ୍ବାଶିଂଟନ,୭।୮: ଯୁକ୍ତରାଷ୍ଟ୍ର ଆମେରିକାର ପୂବ;ତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ବିରୋଧରେ ତାଙ୍କର ୨୦୨୦ ନିର୍ବାଚନରେ ପରାଜୟକୁ ଲୁଚାଇବା ପାଇଁ କରାଯାଇଥିବା ଷଡଯନ୍ତ୍ର ମାମଲାରେ ୱାଶିଂଟନ ଡିସି କୋର୍ଟର ଶୁଣାଣି ଚାଲିଛି। ୨୦୨୦ ନିର୍ବାଚନ ଠକେଇ ମାମଲାରେ ତାଙ୍କୁ ନ୍ୟାୟ ମିଳିବ ବୋଲି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଏବଂ ମାମଲା ଆଗକୁ ବଢାଇବାକୁ କହିଛନ୍ତି। ଫେଡେରାଲ ମାମଲାର ତଦାରଖ କରିବା ପାଇଁ ସେମାନେ ଏକ ଭିନ୍ନ ସ୍ଥାନ ଏବଂ ଭିନ୍ନ ବିଚାରପତି ଦାବି କରିଥିଲେ ବୋଲି ନ୍ୟୁୟର୍କ ପୋଷ୍ଟ ରିପୋର୍ଟ କରିଛି।

ଟ୍ରମ୍ପ ରବିବାର ଟ୍ରୁ ସୋସିଆଲ ପ୍ଲାଟଫର୍ମରେ ପୋଷ୍ଟ କରି କହିଛନ୍ତି ଯେ କୌଣସି ପ୍ରକାରେ ମୁଁ ନ୍ୟାୟପୂର୍ଣ୍ଣ ବିଚାର କିମ୍ବା ୱାଶିଂଟନ ଡି.ସିରେ ଏକ ନ୍ୟାୟପୂର୍ଣ୍ଣ ବିଚାରର ନିକଟତର ହୋଇପାରିବି ନାହିଁ।
ସେ ବାଇଡେନ ପ୍ରଶାସନକୁ ସମାଲୋଚନା କରି କହିଛନ୍ତି ଯେ ୱାଶିଂଟନ ଡିସି ସହରରେ ହୋଇଥିବା ହତ୍ୟାକାଣ୍ଡ ସବୁ ରେକର୍ଡ ଭାଙ୍ଗିଛି ଏବଂ ଦେଶକୁ ଆସୁଥିବା ସମସ୍ତ ପର୍ଯ୍ୟଟକ ପଳାୟନ କରୁଛନ୍ତି।

Share