ସମସ୍ତଙ୍କୁ ଖାଇବା ପାଇଁ ଦେବାକୁ କହି ବିଲ୍‌ ଦେଲେନି ଟ୍ରମ୍ପ

ଓ୍ବାଶିଂଟନ,୧୭ା୬: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୋପନୀୟ ତଥ୍ୟକୁ ନେଇ ଅଭିଯୋଗର ସମ୍ମୁଖୀନ ହେଉଛନ୍ତି। ଟ୍ରମ୍ପ ଫ୍ଲୋରିଡାର ମିଆମିରେ କୋର୍ଟରେ ହାଜର ହୋଇଥିଲେ। ଟ୍ରମ୍ପ କୋର୍ଟରେ ହାଜର ହେବା ପରେ ଲିଟିଲ ହାଭାନାର ଏକ କ୍ୟୁବା ରେଷ୍ଟୁରାଣ୍ଟରେ ଅଟକି ଯାଇଥିଲେ। ଟ୍ରମ୍ପଙ୍କ ସହିତ ସେଠାରେ ଥିବା ଜନତା ବହୁତ ଖୁସି ଥିବା ପରି ମନେ ହେଉଥିଲେ। ଟ୍ରମ୍ପ ଖୁସିରେ ସମସ୍ତଙ୍କ ପାଇଁ ଖାଦ୍ୟ ଦେବେ ବୋଲି କହିଥିଲେ। କିନ୍ତୁ ସୋସିଆଲ ମିଡିଆରେ କୁହାଯାଉଛି କି, ଟ୍ରମ୍ପ କାହାର ଖାଦ୍ୟ ବିଲ୍‌ ପେମେଣ୍ଟ କରିନାହାନ୍ତି।

ସୋସିଆଲ ମିଡିଆରେ ଟ୍ରମ୍ପ ଏବଂ ତାଙ୍କ ସମର୍ଥକଙ୍କୁ ଖୁବ୍‌ ଟ୍ରୋଲ୍‌ କରାଯାଉଛି। ଟୁଇଟର ୟୁଜର କହୁଛନ୍ତି, ଟ୍ରମ୍ପଙ୍କ ସମର୍ଥକଙ୍କୁ ଖାଲି ହାତରେ ଯିବାକୁ ପଡ଼ିବ। ସେ ଖାଦ୍ୟ ଖାଇବାକୁ ଦେଇଥିଲେ ସତ କିନ୍ତୁ ବିଲ୍‌ ନ ଦେଇ ଚାଲିଗଲେ। ଲୋକମାନେ ଅତୀତ ବିଷୟରେ ମନେ ପକାଇ କହିଥିଲେ, ‘ଠିକ ସେହିପରି ଯେତେବେଳେ ସେ ତାଙ୍କର ଗୋଟିଏ ରାଲିରେ ଲୋକଙ୍କୁ ଶୀତରେ ବାହାରେ ଛାଡ଼ିଥିଲେ ଏବଂ ଲୋକଙ୍କୁ ଘରକୁ ନେବା ପାଇଁ ବସ୍‌ ବ୍ୟବସ୍ଥା ମଧ୍ୟ କରି ନ ଥିଲେ।’

Share