ନିର୍ବାଚନ ପରେ ଶୁଣାଣି କରାଯାଉ: ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ୍‌,୧୧।୮: ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ନିଜର ପରାଜୟର ଫଳାଫଳକୁ ଆଗ୍ରାହ୍ୟ କରିବା ମାଲାରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତେବେ କୋର୍ଟରେ ତାଙ୍କ ପକ୍ଷରୁ କୁହାଯାଇଥିଲା କି, ଏହି ମାମଲାର ଶୁଣାଣି ଆସନ୍ତା ଆମେରିକା ନିର୍ବାଚନ ପରେ ଅନୁଷ୍ଠିତ ହେଉ। ତାଙ୍କ ଓକିଲମାନେ ମାମଲାକୁ ଜାନୁୟାରୀ ୨ ୨୦୨୪ ପରେ ଶୁଣାଣି କରିବାକୁ ଫେଡେରାଲ ଜଜ୍‌ଙ୍କୁ ନିବେଦନ କରିଛନ୍ତି। ତେବେ ଏହାକୁ ନିଜେ ପୁଣିଥରେ ଦୋହାରାଇଛନ୍ତି ଟ୍ରମ୍ପ। ସେ କହିଛନ୍ତି, ଏହି ମାମଲାର ଶୁଣାଣି ତ ହେବ। ହେଲେ ନିର୍ବାଚନ ପରେ ହେଉ। ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ସେ ଏଭଳି କହିଛନ୍ତି।

ସୂଚନାଯୋଗ୍ୟ, ଟ୍ରମ୍ପ ଆମେରିକାରେ ହେବାକୁ ଥିବା ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ।

Share