୨୪ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ପ୍ରଥମ ପସନ୍ଦ, ଦୋଷୀ ହେବା ପରେ ମଧ୍ୟ ୭ସମର୍ଥକଙ୍କ ମିଳିଲା ସମର୍ଥନ

ଓ୍ବାଶିଂଟନ୍‌,୨୪।୮: ଆସନ୍ତା ବର୍ଷ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ତେବେ ନିର୍ବାଚନ ପୂର୍ବରୁ ଏକ ନିର୍ବାଚନ ବିତର୍କ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ରିପବ୍ଲିକାନ ପାର୍ଟିର ୮ଜଣ ପ୍ରାର୍ଥୀ ଅଂଶଗ୍ରହଣ କରିଥିଲେ।

ଉଲ୍ଲେଖନୀୟ କଥା ହେଉଛି, ରିପବ୍ଲିକାନ ପାର୍ଟି ପକ୍ଷରୁ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ପଦରେ ଲଢିବେ। ତେବେ ଟ୍ରମ୍ପ ଏହି ବିତର୍କରେ ଅଂଶଗ୍ରହଣ କରିନାହାଁନ୍ତି। ଏହା ସତ୍ତ୍ୱେ ଟ୍ରମ୍ପ ରିପବ୍ଲିକାନ ପାର୍ଟି ସମର୍ଥକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲେ।

ଅର୍ନ୍ତଜାତୀୟ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି, ଅନୁଷ୍ଠିତ ବିତର୍କ ଆଲୋଚନାରେ ରିପବ୍ଲିକାନ ପାର୍ଟି ସଦସ୍ୟଙ୍କୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ କରିବେ କି ବୋଲି ପଚରାଯାଇଥିଲା। ଯଦିଓ ସେ ଆଇନଗତ ପ୍ରକ୍ରିୟାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତେବେ ଏଥିରେ ୭ଜଣ ରିପବ୍ଲିକାନ ସଦସ୍ୟ ଟ୍ରମ୍ପଙ୍କୁ ସମର୍ଥନ କରିଥିଲେ।

Share