ଓ୍ବାଶିିଂଟନ,୬।୨: ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ଏକ ଘଟଣା ଘଟିବାକୁ ଯାଉଛି। ପୂର୍ବତନ ରାଷ୍ଟ୍ରପତିଙ୍କୁ ଦେଶର ସୁରକ୍ଷା ସମ୍ପର୍କିତ ସୂଚନା ଯୋଗାଇ ଦିଆଯିବା ଏକ ପ୍ରକାର ସୌଜନ୍ୟତା। ମାତ୍ର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ସୁରକ୍ଷା ସମ୍ପର୍କିତ କୌଣସି ସୂଚନା ମିଳିବ ନାହିଁ। ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସରକାର ପକ୍ଷରୁ ଟ୍ରମ୍ପ୍ଙ୍କୁ ସୁରକ୍ଷା ବିଷୟରେ ତଥ୍ୟ ଟ୍ରମ୍ପ୍ଙ୍କ ପ୍ରଦାନ କରାଯିବା ନେଇ ମନା କରାଯାଇଛି। ଏକ ସାକ୍ଷତ୍କାରରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ବାଇଡେନ୍ କହିଛନ୍ତି ଯେ, ଟ୍ରମ୍ପ୍ଙ୍କ ଏଭଳି ସୂଚନା ଯୋଗାଇବାର ଆବଶ୍ୟକତା ନାହିଁ। ଟ୍ରମ୍ପ୍ଙ୍କ ଏଭଳି ସୂଚନାର କୌଣସି ଗୁରୁତ୍ୱ ନ ଥିବା ଭଳି ମନେ ହେଉଥିବା ସେ କହିଛନ୍ତି।