ଟ୍ରମ୍ପ୍‌ ଦୁନିଆର ସବୁଠାରୁ ଭୟଙ୍କର ବ୍ୟକ୍ତି: ସେ ମହାଠକ ବୋଲି କହିଲେ ଝିଆରି ମେରୀ

ଓ୍ବାଶିଂଟନ, ୯।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ନେଇ ତାଙ୍କ ଝିଆରି ମେରୀ ଟ୍ରମ୍ପ୍‌ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ମୋ ଦାଦା ଜଣେ ମହାଠକ। ତାଙ୍କ ଭଳି ଭୟଙ୍କର ବ୍ୟକ୍ତି ଏ ପୃଥିବୀରେ ଅନ୍ୟ କେହି ନାହାନ୍ତି। ତାଙ୍କୁ ଚିହ୍ନିବା କଷ୍ଟକର। ପୂର୍ବରୁ ଜାତୀୟ ସୁରକ୍ଷା ପରାମର୍ଶ ଦାତା ଜନ୍‌ ଡାଲଟନ୍‌ ଟ୍ରମ୍ପ୍‌ଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏବେ ମେରୀ ନିଜ ପୁସ୍ତକରେ ଟ୍ରମ୍ପ୍‌ଙ୍କୁ ଟାର୍ଗେଟ୍‌ କରିଛନ୍ତି। ମେରୀ ନିଜ ପୁସ୍ତକ ‘ଠୁ ମଚ୍‌ ଆଣ୍ଡ୍‌ ନେଭର ଏନଫ୍‌: ହାଓ୍ବ ମାଇଁ ଫାମିଲି କ୍ରିଏଟେଡ୍‌ ଦି ଓ୍ବାଲର୍‌ଡସ୍‌ ମୋଷ୍ଟ୍‌ ଡେଞ୍ଜରିୟସ୍‌ ମ୍ୟାନ୍‌’ରେ ଟ୍ରମ୍ପ୍‌ଙ୍କ ବିରୋଧ ଉଲ୍ଲେଖ କରିଛନ୍ତି। ମେରୀଙ୍କ ପୁସ୍ତକ ଏବେ ଆମେରିକା ରାଜନୀତିରେ ଭୂକମ୍ପ ସୃଷ୍ଟି କରିଛି। ଟ୍ରମ୍ପ୍‌ ସାରା ଜୀବନ ଅନ୍ୟକୁ ଧୋକା ଦେଇଆସିଥିବା ମେରୀ କହିଛନ୍ତି। ଟ୍ରମ୍ପ୍‌ ଜଣେ ବିଶ୍ୱାସଘାତକ ବୋଲି ପୁସ୍ତକରେ ଦର୍ଶାଯାଇଛି। ଏହା ଦ୍ୱାରା ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ପାରିବାରିକ ବିବାଦ ଏବେ ଲୋକଙ୍କ ପାଖରେ ପହଞ୍ଚିଯାଇଥିବା କୁହାଯାଉଛି। ତେବେ ମେରୀଙ୍କ ଅଭିଯୋଗକୁ ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଅଗ୍ରାହ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକରୁ ଅଧିକ ସୁଇସାଇଡ ଡ୍ରୋନ ନିର୍ମାଣ କରିବାକୁ ହଠାତ୍‌ ନିର୍ଦ୍ଦେଶ ଦେଲେ କିମ ଜୋନ ଉନ, ଜାଣନ୍ତୁ କ’ଣ ଏହାର କାରଣ

ପୋଙ୍ଗୟାଙ୍ଗ,୧୫।୧୧: ଉତ୍ତର କୋରିଆ ନେତା କିମ ଜୋନ ଉନ ଆତ୍ମଘାତୀ ଆକ୍ରମଣ ଡ୍ରୋନର ବହୁଳ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ଗଣମାଧ୍ୟମ ଶୁକ୍ରବାର ଏହି...

ତୁଲସୀ ଗବାର୍ଡ ହେବେ ଆମେରିକା ନ୍ୟାଶ୍‌ନାଲ ଇଣ୍ଟେଲିଜେନ୍ସର ଡାଇରେକ୍ଟର

ଓ୍ବାଶିଂଟନ, ୧୫।୧୧:ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଗୁରୁବାର ହିନ୍ଦୁ ଆମେରିକୀୟ ତଥା ପୂର୍ବ ଡେମୋକ୍ରାଟ୍‌ ନେତା ତୁଲସୀ ଗବାର୍ଡଙ୍କୁ ଆମେରିକା ନ୍ୟାଶ୍‌ନାଲ ଇଣ୍ଟେଲିଜେନ୍ସର...

ଖଣିରେ ବେଆଇନ ଭାବେ ପଶି ଫସିଛନ୍ତି ୪,୦୦୦ ଶ୍ରମିକ

ଜୋହାନ୍ସବର୍ଗ,୧୫ା୧୧:ଦକ୍ଷିଣ ଆଫ୍ରିକାର ଉତ୍ତରପଶ୍ଚିମ ପ୍ରଦେଶରେ ଥିବା ଏକ ଖଣିରେ ୪,୦୦୦ ବେଆଇନ ଖନନକାରୀ ଫସିରହିଛନ୍ତି। ବେଆଇନ ଖଣି ଖନନ ରୋକିବା ପଦକ୍ଷେପ ସ୍ବରୂପ ସେମାନଙ୍କ ପାଖକୁ...

ଅର୍ଶ ଡଲ୍ଲାଙ୍କୁ ପ୍ରତ୍ୟର୍ପଣ ପାଇଁ କାନାଡା ନିକଟରେ ଦାବି କଲା ଭାରତ

ଭାରତ/ଓଟାଓ୍ବା,୧୪।୧୧: ଭାରତ ସରକାର କାନାଡାରୁ ଅର୍ଶ ସିଂ ଗିଲ ଓରଫ ଅର୍ଶ ଡଲ୍ଲାଙ୍କୁ ପ୍ରତ୍ୟର୍ପଣ କରିବାକୁ ଦାବି କରିଛନ୍ତି। ଗଣମାଧ୍ୟମର ଅନୁସନ୍ଧାନର ଉତ୍ତରରେ ବୈଦେଶିକ ବ୍ୟାପାର...

୨୦୦ ମହିଳାଙ୍କୁ ବଳାତ୍କାର କରିଥିବା ବ୍ୟକ୍ତିଙ୍କୁ ଦିଆଗଲା ଇରାନର ସବୁଠାରୁ ବଡ଼ ଦଣ୍ଡ

ତେହରାନ,୧୪।୧୧: ଏକାଧିକ ମହିଳାଙ୍କୁ ବଳାତ୍କାର କରିଥିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ଇରାନୀୟ ବ୍ୟକ୍ତିଙ୍କୁ ସର୍ବସାଧାରଣରେ ଫାଶୀ ଦିଆଯାଇଥିଲା। ଅକ୍ଟୋବରରେ ମହମ୍ମଦ ଅଲି ସଲାମତଙ୍କ...

ମେଲୋନିଙ୍କ ଉପରେ ରୋମ ବିଚାରିପତିଙ୍କ ନିଷ୍ପତ୍ତିକୁ ନେଇ ଏଲନ ମସ୍କଙ୍କ ବିବୃତ୍ତି, ରାଗିଗଲେ ରାଷ୍ଟ୍ରପତି, କହିଲେ…

ଓ୍ବାଶିଂଟନ,୧୪ା୧୧: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଶେଷ ହୋଇଛି। ନିର୍ବାଚନ ପରେ ଡୋନାଲ୍ଡ ଟ୍ରମ୍ପ ଏଲନ ମସ୍କଙ୍କୁ ସରକାରୀ ଦକ୍ଷତା ବିଭାଗର ମୁଖ୍ୟ କରିଛନ୍ତି। ଏହି ସମୟରେ...

ଏମିତି କାମ କରିବେ ଡୋନାଲ୍ଡ ଟ୍ରମ୍ପ, ଯାହା ପୂର୍ବରୁ କେହି କରି ନ ଥିଲେ

ଓ୍ବାଶିଂଟନ୍‌,୧୪।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପରେ ଡୋନାଲ୍ଡ ଟ୍ରମ୍ପ ସମ୍ପୂର୍ଣ୍ଣ ଉତ୍ସାହରେ ଅଛନ୍ତି। ସେ ତାଙ୍କ ନୂତନ ସରକାର ପାଇଁ ଦଳ ବାଛିବାରେ ବ୍ୟସ୍ତ...

ଆମେରିକାରେ ମହିଳା କିଣୁଛନ୍ତି ଅଧିକ ଗର୍ଭ ନିରୋଧକ ବଟିକା, କମୁଛି ଷ୍ଟକ୍‌, କାରଣ ଜାଣିଲେ…

ଓ୍ବାଶିଂଟନ,୧୪ା୧୧: ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଡୋନାଲ୍ଡ ଟ୍ରମ୍ପ ନିର୍ବାଚିତ ହୋଇଛନ୍ତି। ଟ୍ରମ୍ପଙ୍କ ନିର୍ବାଚନ ଅଭିଯାନଠାରୁ ଆରମ୍ଭ କରି ତାଙ୍କ ନିର୍ବାଚନ ବିଜୟ ପର୍ଯ୍ୟନ୍ତ ଅନେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri