ସଙ୍କଟ ସମୟରେ ଏକା ହୋଇଗଲେ ଟ୍ରମ୍ପ, ସ୍ତ୍ରୀଙ୍କୁ ଦେଖିବାକୁ ମିଳୁନି ସାଥୀରେ

ଓ୍ବାଶିଂଟନ,୧୫ା୬: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ସ୍ତ୍ରୀ ମେଲାନିଆଙ୍କ ମଧ୍ୟରେ ଦୂରତା ଦେଖିବାକୁ ମିଳିଛି। ବର୍ତ୍ତମାନ ସମୟରେ ଯେତେବେଳେ ଡୋନାଲ୍ଡ ଟ୍ରମ୍ପ କୋର୍ଟରେ ହାଜର ହୋଇଥିଲେ, ମେଲାନିଆ ତାଙ୍କୁ ଦେଖା କରି ନ ଥିଲେ। ଏହା ପରେ ଚର୍ଚ୍ଚା ଜୋର୍‌ ଧରିଛି।

ଟ୍ରମ୍ପ ଅନେକ ଥର କୋର୍ଟରେ ହାଜର ହୋଇଛନ୍ତି। ତାଙ୍କ ସହ ସାଙ୍ଗସାଥୀ ଏବଂ ସମର୍ଥକମାନେ ମଧ୍ୟ ଉପସ୍ଥିତ ରହିଥିଲେ। କିନ୍ତୁ ମେଲାନିଆଙ୍କ ଦେଖା ମିଳି ନ ଥିଲା।

ଏପ୍ରିଲରେ ଯେତେବେଳେ ଟ୍ରମ୍ପ ଏକ ମାମଲାରେ କୋର୍ଟର ସମ୍ମୁଖୀନ ହୋଇଥିଲେ ମେଲାନିଆଙ୍କୁ ମଧ୍ୟ ଆଉ ଦେଖିବାକୁ ମିଳି ନ ଥିଲା। ଖାଲି ଏତିକି ନୁହେଁ ଜଟିଳ ପରିସ୍ଥିତି ସମୟରେ ଟ୍ରମ୍ପଙ୍କ ଝିଅ ଏବଂ ଜ୍ବାଇଁ ମଧ୍ୟ ସେହି ସମୟରେ ଉପସ୍ଥିତ ନ ଥିଲେ। ଏହାର କାରଣ ହେଲା ଝିଅ-ଜ୍ୱାଇଁ ଛୁଟି ମନାଉଥିଲେ।

ଅଧିକ ପ୍ରଶ୍ନ ଉଠିଛି ମେଲାନିଆଙ୍କ ଅନୁପସ୍ଥିତିକୁ ନେଇ। ଏପରି ସଙ୍କଟ ସମୟରେ ମେଲାନିଆ ଟ୍ରମ୍ପଙ୍କୁ ଏକୁଟିଆ ଛାଡ଼ିଲେ କାହିଁକି? କ’ଣ ପାଇଁ ତାଙ୍କୁ ଆଉ ଟ୍ରମ୍ପଙ୍କ ସହ ଦେଖିବାକୁ ମିଳୁନି।

ସୂଚନାଯୋଗ୍ୟ, ୨୦୨୦ରେ ଶୁଣିବାକୁ ମିଳିଥିଲା କି ମେଲାନିଆ ଏବଂ ଟ୍ରମ୍ପଙ୍କ ମଧ୍ୟରେ ସମ୍ପର୍କ ଭଲ ନ ଥିଲ। ତାଙ୍କ ଛାଡ଼ପତ୍ରକୁ ନେଇ ମଧ୍ୟ ଜୋର୍‌ ଚର୍ଚ୍ଚା ଧରିଥିଲା।

Share