‘କ୍ୟାପିଟାଲ ହିଲ୍‌ ହିଂସା ପାଇଁ ଟ୍ରମ୍ପ୍‌ ଦାୟୀ’

ଓ୍ବାଶିଂଟନ,୩୦ା୬: ଆମେରିକାର ସଂସଦ ଗୃହ କ୍ୟାପିଟାଲ ହିଲ୍‌ ଦଙ୍ଗା ମାମଲାରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଅଡୁଆରେ ପଡ଼ିଛନ୍ତି। ଆମେରିକା କଂଗ୍ରେସ କମିଟିର ପ୍ରଥମ ଶୁଣାଣିରେ କ୍ୟାପିଟାଲ ହିଲ୍‌ ଉପରେ ହୋଇଥିବା ଆକ୍ରମଣକୁ ଟ୍ରମ୍ପ୍‌ ସମର୍ଥକଙ୍କ ଦ୍ୱାରା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି କୁହାଯାଇଛି। ଏହି ସମୟରେ, ଏକ ସର୍ଭେରେ ଆମେରିକାର ଜନସଂଖ୍ୟାର ପ୍ରାୟ ଅର୍ଦ୍ଧେକ  ଏହି ହିଂସା ପାଇଁ ଟ୍ରମ୍ପଙ୍କୁ ଦାୟୀ କରିଛନ୍ତି। ସର୍ବେକ୍ଷଣରୁ ଜଣାପଡ଼ିଛି, ୬ ଜାନୁୟାରୀ ୨୦୨୧ରେ ସଂସଦ ହାଉସ କମ୍ପ୍ଲେକ୍ସ (କ୍ୟାପିଟାଲ ହିଲ୍‌) ଉପରେ ହୋଇଥିବା ଆକ୍ରମଣରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟୀ ।

ଆସୋସିଏଟେଡ୍‌ ପ୍ରେସ-ଏନ୍‌ଆର୍‌ସି ସେଣ୍ଟର ଫର୍‌ ପବ୍ଲିକ ଆଫେୟାର୍ସ ରିସର୍ଚ୍ଚ ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି, ଆମେରିକାର ୪୮ ପ୍ରତିଶତ ଲୋକ ଟ୍ରମ୍ପ୍‌ଙ୍କୁ ଦାୟୀ କରାଯିବା ଉଚିତ୍‌ ବୋଲି କହିଥିବାବେଳେ ୩୧% ଲୋକ ତାଙ୍କ ବିରୋଧରେ ମାମଲା ରେକର୍ଡ କରାଯିବା ଉଚିତ ନୁହେଁ ବୋଲି କହିଛନ୍ତି। ୨୦ ପ୍ରତିଶତ ଲୋକ କହିଛନ୍ତି, ଏ ବାବଦରେ ମତାମତ ଦେବା ପାଇଁ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ସୂଚନା ନାହିଁ। ୫୮ ପ୍ରତିଶତ ଲୋକ କହିଛନ୍ତି, ସେଦିନ ଘଟିଥିବା ଘଟଣା ପାଇଁ ଟ୍ରମ୍ପ ହିଁ ମୁଖ୍ୟ ଦାୟୀ।

Share