ଟ୍ରମ୍ପ ବୁଢ଼ା ହୋଇଗଲେଣି, ରାଷ୍ଟ୍ରପତି ପଦ ପାଇଁ ମାନସିକ ରୂପେ ଅଯୋଗ୍ୟ: ନିକ୍କି ହେଲି…

ଓ୍ବାଶିଂଟନ,୨୧।୧ : ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଉପରେ ସମଗ୍ର ବିଶ୍ୱର ନଜର ରହିଛି। ଚଳିତ ବର୍ଷ ଶେଷରେ ଅନ୍ତିମ ରାଉଣ୍ଡ ଭୋଟ ପରେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚିତ ହେବେ। ଏଭଳି ପରିସ୍ଥିତିରେ ବିଭିନ୍ନ ରାଜନେତିକ ଦଳଙ୍କ ମଧ୍ୟରେ ଆରୋପ ଏବଂ ପ୍ରତ୍ୟାରୋପ ଜାରି ରହିଛି। ଆମେରିକାର ରାଷ୍ଟ୍ରପତି ପଦ ପାଇଁ ଭାରତୀୟ-ଆମେରିକୀୟ ରିପବ୍ଲିକାନ ନେତା ନିକ୍କି ହେଲି ମଧ୍ୟ ଅଛନ୍ତି। ସେ କ୍ରମାଗତ ଭାବରେ ତାଙ୍କ ପ୍ରତିଦ୍ୱନ୍ଦୀଙ୍କୁ ଟାର୍ଗେଟ କରୁଛନ୍ତି। ସେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବୁଢ଼ା ବୋଲି କହିଛନ୍ତି।

ବାସ୍ତବରେ, ୭୭ ବର୍ଷୀୟ ଟ୍ରମ୍ପ ହେଲିଙ୍କୁ ୨୦୨୧ ମସିହାରେ ଆମେରିକାର ରାଜଧାନୀରେ ଜାନୁଆରୀ ୬ ବିଦ୍ରୋହକୁ ରୋକିବାରେ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ମିଳିତ ଜାତିସଂଘର ରାଷ୍ଟ୍ରଦୂତ ଥିବା ହେଲି ଦାବି କରିଛନ୍ତି ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଟ୍ରମ୍ପ ମାନସିକ ଭାବେ ଯୋଗ୍ୟ ନୁହନ୍ତି।

ନିକ୍କି କହିଛନ୍ତି, ଏକ ରାଲିରେ ଟ୍ରମ୍ପ ମୋ ବିଷୟରେ ଅନେକ କଥା ହୋଇଥିଲେ। ସେ ପ୍ରଶ୍ନ କରିଛନ୍ତି କ୍ୟାପିଟାଲ ଦଙ୍ଗା ସମୟରେ ମୁଁ କାହିଁକି ସୁରକ୍ଷା ନେଇ ନ ଥିଲି ? ଜାନୁୟାରୀ ୬ରେ ଖରାପ ଅବସ୍ଥାକୁ ମୁଁ କାହିଁକି ଭଲ ଭାବରେ ପରିଚାଳନା କରି ନାହିଁ? ଏହାର ଉତ୍ତରରେ କହିବି ମୁଁ ଜାନୁଆରୀ ୬ ରେ ୱାଶିଂଟନରେ ନ ଥିଲି। ମୁଁ ସେତେବେଳେ ଅଫିସରେ ମଧ୍ୟ ନ ଥିଲି ।

ପୂର୍ବତନ ରାଷ୍ଟ୍ରପତି କହିଥିଲେ ହେଲିଙ୍କର ରାଷ୍ଟ୍ରପତି ହେବାର ସାମର୍ଥ୍ୟ ନାହିଁ। ଯେତେବେଳେ ସେ ଏହା କହୁଛନ୍ତି, ଏହାର ଅର୍ଥ ହେଉଛି ସେ ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇପାରିବେ ନାହିଁ।

ଟ୍ରମ୍ପ ମଧ୍ୟ ନିକ୍କିଙ୍କ ନାମକୁ ନେଇ ପରିହାସ କରିଥିଲେ। ମିଳିତ ଜାତିସଂଘର ରାଷ୍ଟ୍ରଦୂତ ଥିବା ନିକ୍କିଙ୍କ ନାମକୁ ପୂର୍ବତନ ରାଷ୍ଟ୍ରପତି ବାରମ୍ବାର ‘ନିମ୍ବ୍ରା’ ବୋଲି କହିଥିଲେ।

Share