ଲୁଇସ କାରୋଲଙ୍କ ମାନହାନି ମକଦମାରେ ଟ୍ରମ୍ପ ହୋଇପାରନ୍ତି ଦୋଷୀ, ଦୁର୍ଷ୍କମ ଅଭିଯୋଗ ଆଣିଥିଲେ ମହିଳା

ଓ୍ବାଶିଂଟନ୍‌,୧୨।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦିନକୁ ଦିନ ବିବାଦରେ ଛନ୍ଦି ହେଇଯାଉଛନ୍ତି। କେବେ ସରକାରୀ ଦସ୍ତାବିଜ ଲୁଚାଇ ରଖିବାରେ କିମ୍ବା କେବେ ନିର୍ବାଚନ ହାରିଯିବା ନେଇ ତାଙ୍କ ସମର୍ଥକଙ୍କୁ ଲଗାଇ ହ୍ବାଇଟ୍‌ ହାଉସ୍‌ ଆକ୍ରମଣ କରିବାରେ। ତେବେ ସେ ରାଷ୍ଟ୍ରପତି ଥିବା ସମୟରେ ଜଣେ ମହିଳା ତାଙ୍କ ନାଁ ଦୁଷର୍‌ମମ ମାମଲା ରୁଜୁ କରିଥିଲେ। ଯାହାକୁ ନେଇ ସେ ପୁଣିଥରେ ଆଇନର କାଠଗଡକୁ ଭିଡି ହୋଇ ଆସି ପାରନ୍ତି। ତେବେ ନ୍ୟାୟ ବିଭାଗ ମହିଳାଙ୍କ ମାନହାନି ଅଭିଯୋଗରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଟ୍ରମ୍ପ ରାଷ୍ଟ୍ରପତି ଥିବା ସମୟରେ କାରୋଲ ତାଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। କିନ୍ତୁ ଏହି ଅଭିଯୋଗକୁ ସଂରକ୍ଷିତ ରଖା ଯାଇଥିଲା।

Share