କ୍ଷମା ତାଲିକାରେ ରହିପାରନ୍ତି ଟ୍ରମ୍ପ୍‌

ଓ୍ବାଶିଂଟନ, ୯।୧(ପି.ଟି.):ଆମେରିକାର ଗଣତନ୍ତ୍ର ଇତିହାସରେ ବୁଧବାର ରାତିରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି ହୋଇଥିଲା। ନିର୍ବାଚନ ହାରିବା ସତ୍ତ୍ୱେ କ୍ଷମତା ମୋହ ଛାଡ଼ିପାରି ନ ଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ୬ ତାରିଖ ରାତିରେ କ୍ୟାପିଟୋଲ ବିଲ୍ଡି (ଆମେରିକୀୟ ସଂସଦ ଭବନ)ରେ କଂଗ୍ରେସର ମିଳିତ ଅଧିବେଶନକୁ ଭଣ୍ଡୁର କରିବାକୁ ଷଡ଼ଯନ୍ତ୍ର କରିଥିଲେ। ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଆନୁଷ୍ଠାନିକ ସ୍ବୀକୃତି ଦେବା ଲାଗି ସେଠାରେ କଂଗ୍ରେସର ମିଳିତ ବୈଠକ ଚାଲିଥିବାବେଳେ ଟ୍ରମ୍ପଙ୍କ ଉତ୍ତେଜନାପୂର୍ଣ୍ଣ ଭାଷଣରେ ପ୍ରଭାବିତ ହୋଇ ସମର୍ଥକମାନେ କ୍ୟାପିଟୋଲ ବିଲ୍ଡିଂରେ ଧସେଇ ପଶିବା ସହ ଦଙ୍ଗା ସୃଷ୍ଟି କରିଥିଲେ, ଯେଉଁଥିରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଦୀର୍ଘସମୟ ଧରି ଉକ୍ତ ବିଲ୍ଡିଂ ରଣକ୍ଷେତ୍ରରେ ପରିଣତ ହୋଇଥିଲା। କ୍ୟାପିଟୋଲ ହିଲ୍‌ ହିଂସା ଘଟଣାକୁ ନେଇ ରାଷ୍ଟ୍ରପତି ଟ୍ରମ୍ପ୍‌ ସାରା ବିଶ୍ୱରେ ନିନ୍ଦିତ ହେବା ପରେ ନିଜ ଭାବମୂର୍ତ୍ତି ସୁଧାରିବା ପାଇଁ ଉଦ୍ୟମ କରିଛନ୍ତି। ହିଂସା ସୃଷ୍ଟି କରିଥିବା ନିଜ ସମର୍ଥକମାନଙ୍କୁ ଟ୍ରମ୍ପ୍‌ ନିନ୍ଦା କରିଛନ୍ତି। ହିଂସାକାରୀମାନେ ଆମେରିକାର ପ୍ରତିନିଧିତ୍ୱ କରୁନାହାନ୍ତି। ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ଓ ସୁରୁଖୁରୁରେ କ୍ଷମତା ହସ୍ତାନ୍ତର କରିବାକୁ ଟ୍ରମ୍ପ୍‌ ପ୍ରତିଶ୍ରୁତି ଦେଇଛନ୍ତି। ହେଲେ ଶପଥ ଗ୍ରହଣ ଉତ୍ସବରେ ସେ ଯୋଗଦେବେନି ବୋଲି ଜଣାପଡ଼ିଛି।
ଟ୍ରମ୍ପ୍‌ ତାଙ୍କ ଶାସନର ଶେଷ ଦିନରେ କେତେଜଣଙ୍କୁ କ୍ଷମା ଦେବା ଲାଗି ପ୍ରସ୍ତୁତ ହେଉଛନ୍ତି। ଏହି ତାଲିକାରେ ହ୍ବାଇଟ୍‌ ହାଉସ୍‌ର ବରିଷ୍ଠ ଅଧିକାରୀ, ପରିବାର ସଦସ୍ୟ, ବିଶିଷ୍ଟ ରାପର ରହିଛନ୍ତି। ଏପରିକି ଉକ୍ତ କ୍ଷମା ତାଲିକାରେ ଟ୍ରମ୍ପ୍‌ ନିଜକୁ ମଧ୍ୟ ସାମିଲ କରିପାରନ୍ତି ବୋଲି ତାଙ୍କ ଘନିଷ୍ଠ ମହଲରୁ ଜଣାପଡିଛି। ରାଷ୍ଟ୍ରପତି ଟ୍ରମ୍ପ୍‌ ୧୯ ତାରିଖରେ ଏହି କ୍ଷମା ଘୋଷଣା କରିବା ଆଶା କରାଯାଉଛି। ଟ୍ରମ୍ପ୍‌ଙ୍କ ଏଭଳି ପ୍ରସ୍ତାବ ଉପରେ ବରିଷ୍ଠ ଉପଦେଷ୍ଟା ଓ ହ୍ବାଇଟ୍‌ ହାଉସ ଆଇନ ପରାମର୍ଶଦାତା ଅନୁଧ୍ୟାନ କରୁଛନ୍ତି। ତେବେ ଜଣେ ରାଷ୍ଟ୍ରପତିଙ୍କର ନିଜକୁ କ୍ଷମା ଦେବାର କ୍ଷମତା ଅଛି କି ବୋଲି ପ୍ରଶ୍ନ ଉଠୁଛି। ସେ ଆଇନଗତ ବିବାଦ ସୃଷ୍ଟି ମାଧ୍ୟମରେ କ୍ଷମତା ଦଖଲ କରିବାକୁ ଉଦ୍ୟମ କରିଥିଲେ, ଯାହା ପୂର୍ବରୁ କୌଣସି ରାଷ୍ଟ୍ରପତି କରି ନ ଥିଲେ। ନିଜକୁ କ୍ଷମା ଦେବା ଏକ ବଡ଼ ରାଜନୈତିକ ଉତ୍ତରଦାୟିତ୍ୱ ସାବ୍ୟସ୍ତ ହୋଇପାରେ ବୋଲି କୁହାଯାଉଛି।
ଆମେରିକା ଆଇନ ଶୃଙ୍ଖଳାର ଦେଶ ହୋଇ ରହିଛି ଓ ସବୁବେଳେ ରହିବ ବୋଲି ଟ୍ରମ୍ପ୍‌ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି। ହିଂସା, ଅରାଜକତା ଓ ଅଶାନ୍ତିକୁ ନେଇ ସବୁ ଆମେରିକୀୟଙ୍କ ଭଳି ସେ କ୍ଷୁବ୍ଧ ହେବା ସହ କ୍ୟାପିଟୋଲ ବିଲ୍ଡିଂର ସୁରକ୍ଷା ପାଇଁ ତୁରନ୍ତ ଜାତୀୟ ସୁରକ୍ଷାଗାର୍ଡ଼ ଓ ସଂଘୀୟ ଆଇନ ପ୍ରବର୍ତ୍ତନକାରୀଙ୍କୁ ପଠାଇଥିଲେ। ଏଥିସହିତ ବେଆଇନ ଭାବେ ବିଲ୍ଡିଂରେ ପ୍ରବେଶ କରିଥିବା ଅଧିକାରୀମାନଙ୍କୁ ବହିଷ୍କାର କରାଯାଇଥିବା ଭିଡିଓ ବାର୍ତ୍ତାରେ ଟ୍ରମ୍ପ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲେବାନନ୍‌ର ୩୦୦ ସ୍ଥାନରେ ଆକ୍ରମଣ କଲା ଇସ୍ରାଏଲ: ୧୦୦ ମୃତ, ୪୦୦ ଆହତ

ବେରୁଟ୍‌/ଜେରୁଜେଲମ,୨୩।୯: ଇସ୍ରାଏଲ ଏବଂ ଲେବାନନ୍‌ ମଧ୍ୟରେ ତିକ୍ତତା କ୍ରମାଗତ ବଢିବାରେ ଲାଗିଛି। ହେଜ୍‌ବୋଲ୍ଲା ଉପରେ ଚାପ ପକାଇବାକୁ ଇସ୍ରାଏଲ ଲେବାନନ୍‌ ଉପରେ ୩୦୦ ସ୍ଥାନରେ ରକେଟ୍‌...

ଗାଜାରୁ ଲେବାନନ୍‌ ମୁହାଁଇଛି ସଂଘର୍ଷ

ବେରୁଟ୍‌,୨୩ା୯: ଲେବାନନ୍‌ର ଆତଙ୍କବାଦୀ ସଂଗଠନ ହେଜ୍‌ବୁଲ୍ଲା ଏବଂ ଇସ୍ରାଏଲୀ ସେନା ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଛି। ଇସ୍ରାଏଲ୍‌ର ଉତ୍ତର ଭାଗକୁ ଟାର୍ଗେଟ କରି ହେଜ୍‌ବୁଲ୍ଲା ଶତାଧିକ...

ଜାପାନ-ଆମେରିକା ଉପରେ ଆକ୍ରମଣ କରିବ ଚାଇନା? ଚମକାଇ ଦେଲେ ବିଶେଷଜ୍ଞ

ଟୋକିଓ,୨୩।୯: ତାଇୱାନର ଉତ୍ତେଜନା ଏବଂ ସେନକାକୁ ଦ୍ୱୀପପୁଞ୍ଜକୁ ନେଇ ବିବାଦ ମଧ୍ୟରେ ଚାଇନା-ଜାପାନ ସମ୍ପର୍କ ଏକ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଶାନ୍ତି...

ରାଷ୍ଟ୍ରପତି ନିର୍ବାଚନ ହାରିଗଲେ କ’ଣ କରିବେ ଟ୍ରମ୍ପ? ଏବେ କଲେ ସ୍ପଷ୍ଟ

ଓ୍ବାଶିଂଟନ,୨୩।୯: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଦିନକୁ ଦିନ ଆକର୍ଷଣୀୟ ହେବାରେ ଲାଗିଛି। ନିର୍ବାଚନ ତାରିଖ ନଭେମ୍ବର ୫ ରଖାଯାଇଛି। ରବିବାର ଏକ ଇଭେଣ୍ଟରେ ରିପବ୍ଲିକାନ ପାର୍ଟି...

ମୋଦିଙ୍କୁ ଧନ୍ୟବାଦ ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ,୨୩।୯: ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନରେ ଜିତିଥିବା ଅନୁରା କୁମାରା ଦିସାନାୟକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଭାରତ ସହ କାମ କରିବାକୁ ନିଜର...

କ୍ୱାଡ୍‌ରେ ଚାଇନାକୁ ଟାର୍ଗେଟ

ଓ୍ବିଲ୍‌ମିଙ୍ଗଟନ୍‌,୨୩ା୯: ବିଶ୍ୱର ମଙ୍ଗଳ ପାଇଁ କ୍ୱାଡ୍‌ ଏକ ଶକ୍ତି। ଏହି ମେଣ୍ଟର ବର୍ତ୍ତମାନ ଭଳି ରଣନୀତିକ ଏକତା ପୂର୍ବରୁ କେବେ ଦେଖାଯାଇ ନ ଥିଲା ବୋଲି ଆମେରିକା,...

ମୋଦିଙ୍କୁ ଭୁଲିଗଲେ ବାଇଡେନ୍‌

ଓ୍ବିଲ୍‌ମିଙ୍ଗଟନ୍‌,୨୩।୯ : କ୍ୱାଡ୍‌ ସମ୍ମିଳନୀ ମଞ୍ଚରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଭୁଲାପଣର ଆଉ ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି। ଡେଲାଓ୍ବାରେଠାରେ ରବିବାର ସକାଳେ ଏକ...

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri