ଦେଶର ସୁରକ୍ଷା ସମ୍ପର୍କିତ ତଥ୍ୟ ହସ୍ତାନ୍ତର କରୁ ନାହାନ୍ତି ଟ୍ରମ୍ପ୍‌: ବାଇଡେନ୍‌

ଓ୍ବାଶିଂଟନ,୨୯।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦେଶର ସୁରକ୍ଷା ସମ୍ପର୍କିତ ତଥ୍ୟ ପ୍ରଦାନ କରୁ ନାହାନ୍ତି। ଏନେଇ ନୂଆ ରାଷ୍ଟ୍ରପତି ଭାବେ ଶପଥ ନେବାକୁ ଯାଉଥିବା ଜୋ ବାଇଡେନ୍‌ ଅଭିଯୋଗ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ତଥ୍ୟ ହସ୍ତାନ୍ତର ନ କରିବା ଦ୍ୱାରା ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଥିବା ସେ କହିଛନ୍ତି। ଏହା ଟ୍ରମ୍ପ୍‌ ପ୍ରଶାସନର ଦାୟିତ୍ୱବୋଧ ପ୍ରତି ପ୍ରଶ୍ନଚିହ୍ନ ସୃଷ୍ଟି କରିଛି। ଏନେଇ ବାଇଡେନ୍‌ କ୍ଷୋଭ ପ୍ରକାଶ କରିଛନ୍ତି। ଟ୍ରମ୍ପ୍‌ ପ୍ରଶାସନ ନେଇ ଶୀଘ୍ର ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତ ାଉପରେ ବାଇଡେନ୍‌ ଗୁରୁତ୍ୱାରୋପ କରିଛନ୍ତି।

Share